ରାଷ୍ଟ୍ରୀୟ ଯୁବ ଦିବସରେ ଏବିଭିପିର ସାଇକେଲ୍‌ ଶୋଭାଯାତ୍ରା

Advertisment
ରାଷ୍ଟ୍ରୀୟ ଯୁବ ଦିବସରେ ଏବିଭିପିର ସାଇକେଲ୍‌ ଶୋଭାଯାତ୍ରା

ଭୁବନେଶ୍ୱର : ବିବେକାନନ୍ଦଙ୍କ ଜନ୍ମଦିନ ତଥା ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଏକ ସାଇକେଲ୍‌ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ମଧ୍ୟାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଶୋଭାଯାତ୍ରା ଆରମ୍ଭ ହୋଇ କଳିଙ୍ଗ ଷ୍ଟାଡିୟମ୍‌ରେ ଥିବା ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ଶେଷ ହୋଇଥିଲା। ଏହି ଅବସରରେ ଭୁବନେଶ୍ୱରରେ ଥିବା ୩ଟି ବିଶ୍ୱବିଦ୍ୟାଳୟ ଓ ୮ଟି ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଛି। ଏଥିରେ ଏବିଭିପି ରାଷ୍ଟ୍ରୀୟ ସମ୍ପାଦକ ଅଭିଳାଷ ପଣ୍ଡା, ରାଜ୍ୟ ଉପସଭାପତି ସ୍ମୃତି ରଞ୍ଜନ ବିଶ୍ୱାଳ, ସହସମ୍ପାଦକ ଅମିତ ସାହୁ, ପ୍ରଭୁଦତ୍ତ ସାମଲ, ରତନ ଦିଗଲ୍‌, ହରମୋହନ ବେହେରା, ଦୀପକ ସ୍ୱାଇଁ, ଦେବାଶିଷ ପ୍ରଧାନ ପ୍ରମୁଖ ଯୋଗଦେଇ ବିବେକାନନ୍ଦଙ୍କ ଆତ୍ମଜୀବନୀ ବିଷୟରେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe