ଅଣଛାତ୍ରଙ୍କୁ ତଡ଼ିବା ଦାବିରେ ଏବିଭିପିର ବିକ୍ଷୋଭ

ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ ଅଣଛାତ୍ରଙ୍କୁ ତଡ଼ିବା ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଆଜି ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ବିଜୁ ଛାତ୍ର ଜନତା ଦଳ ନେତାମାନଙ୍କ କବଜାରେ ବିଶ୍ବବିଦ୍ୟାଳୟର ହଷ୍ଟେଲ ରୁମ୍‌ଗୁଡ଼ିକ ରହିଛି।

ddgddgccvcv

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ ଅଣଛାତ୍ରଙ୍କୁ ତଡ଼ିବା ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଆଜି ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ବିଜୁ ଛାତ୍ର ଜନତା ଦଳ ନେତାମାନଙ୍କ କବଜାରେ ବିଶ୍ବବିଦ୍ୟାଳୟର ହଷ୍ଟେଲ ରୁମ୍‌ଗୁଡ଼ିକ ରହିଛି। ‌ସେମାନେ ତାହାକୁ ଅଣଛାତ୍ରଙ୍କୁ ଭଡ଼ାରେ ଦେଇ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି। ତେଣୁ ଅଣଛାତ୍ରଙ୍କୁ ଭଡ଼ାରେ ଦିଆଯାଇଥିବା ସମସ୍ତ ରୁମ୍‌କୁ ତୁରନ୍ତ ଖାଲି କରି କ୍ୟାମ୍ପସରେ ଶୈକ୍ଷିକ ଓ ଶୃଙ୍ଖଳାପୂର୍ଣ୍ଣ ପରିବେଶ ପୁନସ୍ଥାପିତ କରାଯାଉ।

ଫକୀରମୋହନ ଛାତ୍ରବାସରେ ଜଣେ ଗାଡି ଚାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। କୁଳପତିଙ୍କ ପକ୍ଷରୁ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ। ସମଗ୍ର ରାଜ୍ୟରେ ଆନ୍ଦୋଳନର ଲହରି ତିଆରି ହେବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ଏଥିସହ କ୍ୟାମ୍ପସର କୌଣସି ହଷ୍ଟେଲ ରୁମ୍‌କୁ ଏବିଭିପି ସଦସ୍ୟ କବ୍‌ଜା କରି ନ ଥିବା ସଙ୍ଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe