ଫେବ୍ରୁଆରି ୮ରେ ଏବିଭିପିର ଛାତ୍ର ଅଧିକାରୀ ରାଲି

ଏବିଭିପି କାର୍ଯ୍ୟକର୍ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ, ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବିକ୍ଷୋଭ

ଭୁବନେଶ୍ୱର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ୪୨ତମ ଅଧିବେଶନ ସମ୍ବଲପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ଶିକ୍ଷା ଓ ସାମାଜିକ ସ୍ଥିତିକୁ ନେଇ ଆଲୋଚନା ହେବା ସହ ଶିକ୍ଷା ସ୍ଥିତି, ନାରୀ ସୁରକ୍ଷା ଏବଂ ନିଶା ମୁକ୍ତ କ୍ୟାମ୍ପସକୁ ନେଇ ୩ଟି ପ୍ରସ୍ତାବ ଗୃହିତ ହୋଇଛି। ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକଙ୍କ ସମସ୍ୟା, କଲେଜ ଜମି କଲେଜ ନାମରେ ନ ଥିବା, କ୍ୟାମ୍ପସରେ ଛାତ୍ରୀଙ୍କ ସୁରକ୍ଷା, ଭିତ୍ତିଭୂମି ଅଭାବ, କ୍ୟାମ୍ପସରେ ରାଜନୈତିକ ହସ୍ତକ୍ଷପ ପରି ବିଷୟକୁ ନେଇ ଏବିଭିପି ରାଜରାସ୍ତାକୁ ଓହ୍ଲାଇବ। ଉତ୍କଳ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଆସନ୍ତା ୮ ତାରିଖରେ ଭୁବନେଶ୍ୱରରେ ଛାତ୍ର ଅଧିକାର ରାଲି ଅନୁଷ୍ଠିତ ହେବ। ଏଥିରେ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ କଲେଜରୁ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ଛାତ୍ରଛାତ୍ରୀ ଉଭୟ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଦାବିପତ୍ର ଦେବେ ବୋଲି ଆଜି ଏବିଭିପି ମହାନଗର କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦିକା ପ୍ରିୟଙ୍କା ପ୍ରିୟଦର୍ଶିନୀ, ମିତାଲି ମୋହିନୀ ରଥ, ସଞ୍ଜୟ ମଲ୍ଲିକ, ରତନ ଦିଗଲ୍‌, ହରମୋହନ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe