ଓଡ଼ିଶାରେ ଉଚ୍ଚଶିକ୍ଷା ପକ୍ଷାଘାତର ଶିକାର

ଏବିଭିପିର ଛାତ୍ର ଅଧିକାର ସମାବେଶ

ଓଡ଼ିଶାରେ ଉଚ୍ଚଶିକ୍ଷା ପକ୍ଷାଘାତର ଶିକାର

ଭୁବନେଶ୍ୱର: ଓଡ଼ିଶାର ୭୦ଭାଗ କଲେଜରେ ତାଲା ଝୁଲୁଛି। ଅଧ୍ୟାପକ, ଶିକ୍ଷକ ରାଜରାସ୍ତାରେ ଶୋଇଛନ୍ତି। ଏଭଳି ସ୍ପର୍ଶକାତର ଘଟଣାରେ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ଓଡ଼ିଶାରେ ଉଚ୍ଚଶିକ୍ଷା ପକ୍ଷାଘାତର ଶିକାର ହୋଇଛି ବୋଲି ଅଭିଯୋଗ କରିଛନ୍ତି ଏବିଭିପିର ସର୍ବଭାରତୀୟ ସାଧାରଣ ସଂପାଦକ ଆଶିଷ ଚୌହ୍ଵାନ।

ଆଜି ଏବିଭିପି ପକ୍ଷରୁ ଛାତ୍ର ଅଧିକାର ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ପ୍ରଦର୍ଶନୀ ପଡ଼ିଆ ଓ ସହିଦ ନଗର ଦୁର୍ଗାପୂଜା ପଡ଼ିଆରୁ ଏକ ସମୟରେ ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ। ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସଂପାଦିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକଙ୍କ ସଂଯୋଜନାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ ଚୌହ୍ଵାନ ଯୋଗଦେଇ କହିଲେ, ଓଡ଼ିଶାରେ ଉଚ୍ଚଶିକ୍ଷା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। କଲେଜ ଜମି କଲେଜ ନାଁରେ ନାହିଁ। ମାତ୍ର ଘରୋଇ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ସରକାର ଜମି ଯୋଗାଇ ଦେଉଛନ୍ତି। ସରକାରଙ୍କୁ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠାଇବା ପାଇଁ ବିଦ୍ୟାର୍ଥୀମାନେ ଏକାଠି ହୋଇଛନ୍ତି ବୋଲି ଶ୍ରୀ ଚୌହ୍ଵାନ ମତବ୍ୟକ୍ତ କରିଥିଲେ। ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସଂପାଦକ ଅଭିଳାଷ ପଣ୍ଡା କହିଲେ, ଛାତ୍ର ସମାଜର ପ୍ରକୃତ ସମସ୍ୟାକୁ ନ ବୁଝି ରାଜ୍ୟରେ ଅମଲା ଶାସନ ଚାଲିଛି। ଆଗାମୀ ଦିନରେ ଛାତ୍ର ସମାଜ ଏହାର ଜବାବ ଦେବ ବୋଲି ଶ୍ରୀ ପଣ୍ଡା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାର୍ଥୀ ପରିଷଦର ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ ପ୍ରମୁଖ ଶ୍ରୀହରି ବୋରିକର, ସମାବେଶ ସଂଯୋଜକ ବୁଦ୍ଧଦେବ ବାଗ ଓ ରାଜ୍ୟ ସଂଗଠନ ସଂପାଦକ ତନ୍ମୟ ଦାଶ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଦୁଇଟି ସ୍ମାରକପତ୍ର ଓ ଛାତ୍ର ସନନ୍ଦ ରାଜ୍ୟ ସଂପାଦିକା ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ସହ ସଂପାଦକ ସମୀର ରାଉତ, ସ୍ୱାଗତ ଘଡ଼ାଇ, ସୋନାଲି ବେହେରା, ରିତେଶ ମେହେର, ଲକ୍ଷ୍ମୀକାନ୍ତ, ରତନ ଦିଗଲ, ସ୍ମୃତିସୁଧା ସାହୁ, ବିଭୂତି ଘଡ଼ାଇପାତ୍ର, ମୁକେଶ ରଂଜନ, ଦେବାଶିଷ ଶତପଥୀ, ସାଉନା ମାଝୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe