ଏସି ଅଚଳରୁ ଫିଲ୍ମ ସୋ’ ବନ୍ଦ, ସିନେପଲିସରେ ଉତ୍ତେଜନା

Advertisment
ଏସି ଅଚଳରୁ ଫିଲ୍ମ ସୋ’ ବନ୍ଦ, ସିନେପଲିସରେ ଉତ୍ତେଜନା

Holidify

ଭୁବନେଶ୍ୱର: ହଠାତ୍ ଏସି ଅଚଳ ହୋଇଯିବାରୁ ଏକ ଫିଲ୍ମ ସୋ’ ବନ୍ଦ ହେବାକୁ ନେଇ ଆଜି ବିଳମ୍ବିତ ରାତିରେ ଏସ୍‌ପ୍ଲାନେଡ୍‌ ସିନେପଲିସରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏସି ମରାମତି କରିବା ସହ ଫିଲ୍ମ ପ୍ରଦର୍ଶନ କରିବାକୁ ଦାବି କରି ଦର୍ଶକମାନେ ହୋ-ହଲ୍ଲା କରିଥିଲେ। ଏମିତିକି ଏସି ମରାମତି ପାଇଁ ପ୍ରାୟ ୨ ଘଣ୍ଟା ଲାଗିବ ବୋଲି କର୍ତ୍ତୃପକ୍ଷ କହିଥିଲେ ବି ଦର୍ଶକମାନେ ଅପେକ୍ଷା କରିଥିଲେ।
ସୂଚନାଯୋଗ୍ୟ ଯେ ଏଠାରେ ପଡ଼ିଥିବା ଇଂରାଜୀ ସିନେମା ‘Everything Everywhere all at once’ ଦେଖିବାକୁ ଦର୍ଶକମାନେ ଅନ୍‌ଲାଇନ୍‌ରେ ଟିକେଟ୍‌ କାଟିଥିଲେ। ରାତି ୧୧ଟା ୫ରେ ଥିବା ଏହି ସୋ’ ଚାଲିବାର ଥିଲା। ହେଲେ ସୋ’ ଆରମ୍ଭ ହେବା ପୂର୍ବରୁ ଉକ୍ତ ହଲ୍‌ର ଏସି ଚାଲିବା ବନ୍ଦ ହୋଇଯାଇଥିଲା। ତେଣୁ ହଲ୍‌ କର୍ତ୍ତୃପକ୍ଷ ଏହି ସୋ’କୁ ବନ୍ଦ କରିବାକୁ କହିଥିଲେ। ଏହା ଶୁଣି ଶତାଧିକ ଦର୍ଶକ ହୋ-ହଲ୍ଲା କରିଥିଲେ। ହଲ୍‌ କର୍ତ୍ତୃପକ୍ଷ ଓ ଦର୍ଶକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏସି ଠିକ୍ ନ ହେବା ପର୍ଯ୍ୟନ୍ତ ସୋ’ ହୋଇପାରିବ ନାହିଁ ବୋଲି କର୍ତ୍ତୃପକ୍ଷ କହିଥିଲେ। କିନ୍ତୁ ଦର୍ଶକମାନେ ଜିଦ୍‌ ଧରି ବସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe