ଲୋକାୟୁକ୍ତ କାର୍ଯ୍ୟାଳୟରୁ ଏସି ଚୋରି, କର୍ମଚାରୀ ଗିରଫ

Advertisment
ଛାତ୍ରୀଙ୍କୁ ବ୍ଲାକମେଲ କରି ଯୁବକ ଗିରଫ

photo-aajtak

ଭୁବନେଶ୍ବର: ସତ୍ୟନଗର ତୋଷାଳି ପ୍ଲାଜାସ୍ଥିତ ଲୋକାୟୁକ୍ତ କାର୍ଯ୍ୟାଳୟରୁ ଏସି ଚୋରି ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ଗିରଫ କରିଛି। ପୁଲିସ ତା’ଠାରୁ ଗୋଟିଏ ଏସି ଜବତ କରିଛି। ସେ ହେଲେ, ନୂଆପଲ୍ଲୀ ରେଣ୍ଟାଲ୍‌ କଲୋନି ଅଞ୍ଚଳର କାଳୀ ଚରଣ ପାତ୍ର(୪୩)। ପୁଲିସ ସୂଚନା ମୁତାବକ, କିଛି ଦିନ ତଳେ ରାଜକୁମାର ଶର୍ମା ନାମକ ଜଣେ କଣ୍ଟ୍ରାକ୍ଟର‌ ଲୋକାୟୁକ୍ତ କାର୍ଯ୍ୟାଳୟର ମରାମତି କାମ କରୁଥିଲେ। ଏହାର ସୁଯୋଗ ନେଇ କାଳୀ ସେଠାରୁ ଏକ ଏସି ନେଇ ଯାଇଥିଲେ। ଏସି ଲଗାଇବା ପାଇଁ ନ ମିଳିବାରୁ ରାଜ ଖୋଜାଖୋଜି କରିଥିଲେ। ସନ୍ଦେହରେ କାଳୀଙ୍କୁ ଏସି ବିଷୟରେ ପଚାରିଥିଲେ। ଯାହାକୁ ନେଇ କାଳୀ ରାଗିଯାଇ ଗାଳିଗୁଲଜ କରିଥିଲେ। ଏମିତିକି ରାଜଙ୍କୁ ମାଡ଼ପିଟ୍‌ କରିଥିଲେ। ଏନେଇ ସେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe