ଖେଳ ଡ୍ୟୁଟି ସାରି ଫେରିଲାବେଳେ ଦୁର୍ଘଟଣା: ୨ ପୁଲିସ ଆହତ

ଖେଳ ଦେଖି ଫେରୁଥିବା ବେଳେ ତେଲ ଟ୍ୟାଙ୍କର୍‌କୁ ପିଟିଲା କାର୍‌, ୩ ଆହତ

ଭୁବନେଶ୍ବର: ସ୍ଥାନୀୟ ଚକେଇଶିଆଣି ବ୍ରିଜ ଉପରେ ରବିବାର ରାତି ସାଢ଼େ ୧୧ଟାରେ ଏକ ଦୁର୍ଘଟଣା ଘଟିଛି। ପୁଲିସ ଅଧିକାରୀ ବାରବାଟୀରେ ଡ୍ୟୁଟି କରି ଓଡି ୦୨ ଏଜେଡ ୫୭୯୭ ନମ୍ବର ବିଶିଷ୍ଟ କାରରେ ଫେରୁଥିବାବେଳେ ଏକ ଟ୍ରକ ଧକ୍କା ଦେଇ ପଳାଇଛି। କାରଟି ରାସ୍ତା ଉପରେ ଓଲଟି ପଡିଥିଲା। ଉକ୍ତ କାରରେ ୩ ପୁଲିସ ଅଧିକାରୀ ଥିଲେ। ଦୁର୍ଘଟଣାରେ ୨ଜଣ ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଗାଡିକୁ ରାସ୍ତା ଉପରୁ ହଟାଇବା ପରେ ଯାତାୟାତ ସ୍ବାଭାବିକ ହୋଇଛି। ସେହି ରାସ୍ତା ଦେଇ ବର୍ତ୍ତମାନ ଖେଳାଳିମାନେ ଭୁବନେଶ୍ବର ଫେରିବାକୁ ଥିବାରୁ ପୁଲିସ ତତ୍ପର ହୋଇ ଟ୍ରାଫିକ ନିୟନ୍ତ୍ରଣ କରିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe