ବିଦ୍ୟୁତ୍‌ ଆଘାତପ୍ରାପ୍ତ ନାବାଳକର ଚିକିତ୍ସାରେ ଅର୍ଥ ବାଧକ

Advertisment
ବିଦ୍ୟୁତ୍‌ ଆଘାତପ୍ରାପ୍ତ ନାବାଳକର ଚିକିତ୍ସାରେ ଅର୍ଥ ବାଧକ

ଚନ୍ଦ୍ରଶେଖରପୁର: ୩୩ କେଭି ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ୧୦ ବର୍ଷର ବାଳକ ପ୍ରୀତିଶ୍‌ ଘଡ଼େଇ ଏବେ ସଂକଟାପନ୍ନ ଅବସ୍ଥାରେ। ଏଣେ ଚିକିତ୍ସା ପାଇଁ ଅର୍ଥାଭାବ ବାଧକ ସାଜିଛି। ଗରିବ ବାପାମା ହତାଶ ହୋଇପଡ଼ିଛନ୍ତି। ନିଜ ପାଖରେ ପଇସାଟିଏ ନାହିଁ କି ବନ୍ଧୁବାନ୍ଧବ ବି ସେମିତି ସହଯୋଗ କରିବା ସ୍ଥିତିରେ ନାହାନ୍ତି। ତେଣୁ ପୁଅକୁ ବଞ୍ଚାଇବାକୁ ବାପାମା ଏବେ ଶେଷ ଆଶା ଭାବେ କୌଣସି ବଦାନ୍ୟ ବ୍ୟକ୍ତି ବା ସଂଗଠନର ହାତକୁ ଚାହିଁ ବସିଛନ୍ତି। ମଞ୍ଚେଶ୍ବର ଧିରିକୁଟି ପାତ୍ରସାହିରେ ରହୁଥିବା ପ୍ରମୋଦ ଘଡ଼େଇ ଓ ତାଙ୍କ ସ୍ତ୍ରୀ ସବୁଦିନ ଭଳି ଗତ ଶନିବାର ଦିନ ମୂଲ ଲାଗିବା ପାଇଁ ଚାଲିଯାଇଥିଲେ।

ପୁଅ ପ୍ରୀତିଶ ସାଙ୍ଗମାନଙ୍କ ସହ ମଞ୍ଚେଶ୍ବର ଷ୍ଟେସନ୍‌କୁ ବୁଲିବା ପାଇଁ ଚାଲି ଯାଇଥିଲା। ସେଠରେ ଓଭରବ୍ରିଜ୍ ଫାଙ୍କରେ ରହୁଥିବା ପାରାଙ୍କୁ ଧରିବାପାଇଁ ହାତ ବଢ଼ାଇଥିଲା। ମାତ୍ର ନିୟନ୍ତ୍ରଣ ହରାଇ ବ୍ରିଜ୍ ଉପରୁ ତଳକୁ ଖସି ପଡ଼ିଥିଲା ଓ ୩୩ ‌କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲା। ଏବେ ସେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅଛି। ଯଦି କୌଣସି ବଦାନ୍ୟ ବ୍ୟକ୍ତି ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଇଚ୍ଛା ପ୍ରକାଶ କରନ୍ତି, ପରିବାର ଲୋକଙ୍କୁ ୯୦୭୮୪୭୬୬୫୯ କିମ୍ବା ୯୧୧୪୧୫୨୯୩୭ ନମ୍ବରରେ ଯୋଗାଯୋଗ କରିବା ପାଇଁ ବାପା ପ୍ରମୋଦ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe