ଭୁବନେଶ୍ବର: ଆଚାର୍ଯ୍ୟବିହାର ଛକରେ ଏକ କାର ଓ ହାଇୱା ମଧ୍ୟରେ ଦୁର୍ଘଟଣା ଘଟିଛି। କାରକୁ ବଞ୍ଚାଇବାକୁ ଯାଇ ଚିପ୍ସ ବୋଝେଇ ହାଇୱା ଓଲଟି ପଡ଼ିଛି। ଫଳରେ ଆଚାର୍ଯ୍ୟବିହାର ଛକରେ ଚିପ୍ସ ବିଛାଡ଼ି ହୋଇ ପଡ଼ିଛି। ସହିଦନଗର ଥାନା ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହିତ ରାସ୍ତାରୁ ଯାନକୁ ହଟାଇଛି। ସୂଚନା ଅନୁସାରେ ଆଜି ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଓଡି୦୨ଏଆର୧୨୨୧ ନମ୍ବର ବିଶିଷ୍ଟ ଏକ କାର୍ ଆପୋଲ ହସ୍ପିଟାଲ ଆଡ଼ୁ ଦ୍ରୁତ ଗତିରେ ଆଚାର୍ଯ୍ୟବିହାର ଛକ ଆଡ଼କୁ ଆସୁଥିବା ବେଳେ ଏକ ହାଇୱା ଗାଡ଼ି ହଠାତ୍ ସମ୍ମୁଖକୁ ପଳାଇ ଆସିଥିଲା। କାର୍ଟି ହାଇୱା ସହ ବିଟି ହୋଇଯାଇଥିବା ବେଳେ ହାଇୱା ଡ୍ରାଇଭର ବ୍ରେକ୍ ମାରି ଗାଡ଼ି ଅଟକାଇବାକୁ ଚେଷ୍ଟା କରଇଥିଲେ। ମାତ୍ର ହଠାତ୍ ବ୍ରେକ୍ ମାରିଦେବାରୁ ହାଇୱା ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ କାର୍ ଡ୍ରାଇଭର ଓ ହାଇୱା ଡ୍ରାଇଭର ଆହତ ହୋଇଛନ୍ତି। ପିସିଆର୍ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଛି।
Accident at Acharya Vihar: ଆଚାର୍ଯ୍ୟବିହାର ଛକରେ ଦୁର୍ଘଟଣା, ୨ ଆହତ: ଓଲଟିଲା ଚିପ୍ସ ବୋଝେଇ ହାଇୱା
Advertisment
Follow Us