ରାଜଧାନୀରେ ମଜାମସ୍ତି: ମିନିଟ୍ରକ୍‌କୁ ପଛରୁ ଧକ୍କା ଦେଇ ଅଲ୍ଟୋ କ୍ଷତିଗ୍ରସ୍ତ, ୨ ଆହତ

ରାଜଧାନୀରେ ମଜାମସ୍ତି: ମିନିଟ୍ରକ୍‌କୁ ପଛରୁ ଧକ୍କା ଦେଇ ଅଲ୍ଟୋ କ୍ଷତିଗ୍ରସ୍ତ, ୨ ଆହତ

ଭୁବନେଶ୍ୱର: ସଦିଦ ନଗର ଥାନା ଅନ୍ତର୍ଗତ ଶନିମନ୍ଦିର ସମ୍ମୁଖରେ ମଜାମସ୍ତିର ସହିତ ଗାଡ଼ି ଚଳାଉଥିବା ୨ଜଣ ଯୁବକ-ଯୁବତୀଙ୍କୁ ଶୁକ୍ରବାର ଫଳ ମିଳିଛି। ଦ୍ରୁତ ଗତିରେ ଗାଡ଼ି ‘ଅଲ୍ଟୋ’ ଚଳାଉଥିବା ୨ ଜଣ ଯୁବକ-ଯୁବତୀ ଆଗରେ ଯାଉଥିବା ମିନିଟ୍ରକ୍‌କୁ ପଛ ପଟରୁ ଶକ୍ତ ଧକ୍କା ଦେଇଛନ୍ତି। ଫଳ ସ୍ୱରୂପ କାରକୁ ବଡ଼ କ୍ଷତି ପହଞ୍ଚାଇଛି।

publive-image

ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ରସୁଲଗଡ଼ ପାର୍ଶ୍ୱରୁ ଏକ ମିନିଟ୍ରକ ବାଣୀବିହାର ଆଡ଼କୁ ଯାଉଥିଲା। ମିନିଟ୍ରକ ପଛରେ ଅନ୍ୟ ଏକ କାର ଦ୍ରୁତ ଗତିରେ ଯାଉଥିଲା। ଶନିମନ୍ଦିର ସମ୍ମୁଖରେ କାର୍‌ ଚାଳକ ଭାରସାମ୍ୟ ହରାଇ ମିନିଟ୍ରକ ପଛରେ ଯାଇ ଶକ୍ତ ଧକ୍କା ଦେଇଥିଲେ। ଫଳରେ କାର୍‌ ଭିତରେ ବସିଥିବା ୨ ଜଣ ଯୁବକ ଆହତ ହୋଇଥିଲା। କାର୍‌ ଏଭଳି ଧକ୍କା ଦେଇଥିଲା ଯେ, ଦୁର୍ଘଟଣା ପରେ ପଛପଟକୁ ବୁଲି ପଡ଼ିଥିଲା।

ସୂଚନା ପାଇଁ ଦୁର୍ଘଟଣାସ୍ଥଳକୁ ପୁଲିସ ପହଞ୍ଚିବା ପୂର୍ବରୁ ଯୁବକ-ଯୁବତୀ ଗମ୍ଭୀର ଆଘାତ ପାଇଥିଲେ। ରସୁଲଗଡ଼ରୁ ବାଣୀବିହାର ରାସ୍ତାରେ ଶହ ଶହ ଯାନବାହାନ ଅଟକି ଯାଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ଆହତଙ୍କ ପରିଚୟ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe