ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ପୁଣି ଦୁର୍ଘଟଣା

Advertisment

ଡମଣା ଛକରେ ଓଲଟିଲା କାର

ଡମଣା ଛକରେ ଓଲଟିଲା କାର

ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ପୁଣି ଦୁର୍ଘଟଣା

ଚନ୍ଦ୍ରଶେଖରପୁର: ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ପୁଣି ଏକ ଦୁର୍ଘଟଣା। ଗତକାଲି ସକାଳେ ପଟିଆ ଛକରେ ହାଇୱା ଧକ୍କାରେ ଦୁଇ ଜଣ ଛାତ୍ରୀ ଆହତ ହେବା ଘଟଣାକୁ ୩୬ ଘଣ୍ଟା ନ ବିତୁଣୁ ଆଜି ସନ୍ଧ୍ୟାରେ ଘଟିଛି ଆଉ ଏକ ଲୋମଟାଙ୍କୁରା ଦୁର୍ଘଟଣା। କଳିଙ୍ଗ ହସ୍ପିଟାଲ ଛକରୁ ପଟିଆ ଆଡ଼କୁ କ୍ଷୀପ୍ରଗତିରେ ଯାଉଥିବା ଏକ କାର୍‌ ଡମଣା ଛକରେ ଓଲଟିଛି। କାର୍‌ଟି ନନ୍ଦନକାନନ ଆଡ଼କୁ କ୍ଷୀପ୍ର ବେଗରେ ଯାଉଥିବା ବେଳେ ଡମଣା ଛକ ମଝିରେ ଥିବା ଷ୍ଟିଟ୍‌ ଲାଇଟ୍‌ରେ ମାଡ଼ ହୋଇ ଛିଟିକି ପଡ଼ିଥିଲା। ଏଥିରେ କାର୍‌ ଚାଳକ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ସମୟରେ ଛକରେ ଟ୍ରାଫିକ୍‌ ପାର୍‌ ହେବାକୁ ଅପେକ୍ଷା କରିଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲେ। ସେମାନେ ଏଣେତେଣେ ଦୌଡ଼ିଥିଲେ। ସନ୍ଧ୍ୟା ସମୟରେ ଏହି ରାସ୍ତା ଭିଡ଼ ଥିବା ବେଳେ ଦୁର୍ଘଟଣା ଯୋଗୁଁ ପ୍ରବଳ ଗହଳି ଜମିଥିଲା। କଳିଙ୍ଗ ହସ୍ପିଟାଲ ଛକରୁ ଡମଣା ଛକ ପର୍ଯ୍ୟନ୍ତ ଚାରିଚକିଆ ଯାନଗୁଡ଼ିକ ଘଣ୍ଟା ଘଣ୍ଟା ଅଟକି ରହିବାରୁ ଟ୍ରାଫିକ୍‌ ସମସ୍ୟା ଉପୁଜିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଦୁର୍ଘଟଣାଗସ୍ତ ଗାଡ଼ିଟି ବାଲୋନୋ କମ୍ପାନିର କାର୍‌। ଚାଳକଜଣକ ଏକ ସମ୍ଭ୍ରାନ୍ତ ପରିବାରର ଲାଗୁଥିବା ବେଳେ ସେ ନୂଆ ଗାଡ଼ି ଚଳାଉଥିବା ଜଣାପଡ଼ୁଛି। ଦୁର୍ଘଟଣା ସମୟରେ ଗାଡ଼ିର ବେଗ ୬୦ରୁ ୮୦ କିମି ବେଗରେ ରହିଥିଲା। ଆଗରେ ଟ୍ରାଫିକ୍‌ ଥିବାରୁ ହଠାତ୍‌ ବ୍ରେକ୍‌ ମାରିବାକୁ ଯାଇ ଚାଳକ ଜଣକ ଭାରସାମ୍ୟ ହରାଇଥିଲେ। ଆଉ ସିଧାସଳଖ ଟ୍ରାଫିକ୍‌ ଖୁଣ୍ଟରେ ପିଟି ହୋଇଥିଲା। ଗାଡ଼ିରେ ବେଲୁନ୍‌ ଥିବାରୁ ଚାଳକ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି। ଗାଡ଼ିରେ ବସିଥିବା ଆଉ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe