ବାଲିଅନ୍ତା: ହଂସପାଳ-ଜୟଦେବ ପୂର୍ତ ବିଭାଗ ମୁଖ୍ୟ ରାସ୍ତାର କୁଳସାହିଠାରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ସ୍ଥାନୀୟ କୁଳସାହି ଗ୍ରାମର ତ୍ରିଲୋଚନ ତ୍ରିପାଠୀ (୩୪)ଙ୍କ ଆଜି ସକାଳେ ମୃତ୍ୟୁ ହୋଇଯାଇଛି। ଗତ ୬ତାରିଖ ସଂଧ୍ୟାରେ ତ୍ରିଲୋଚନ ବାଇକ୍ରେ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ କାର୍ ତାଙ୍କୁ ଧକ୍କା ଦେଇ ଖସି ପଳାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବାଲିଅନ୍ତା ପୁଲିସ ଶବକୁ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି।
ଦୁର୍ଘଟଣାରେ ଯୁବକ ମୃତ
Advertisment
Follow Us