ଭୁବନେଶ୍ବର: ଆଜି ରାତି ପ୍ରାୟ ସାଢ଼େ ୧୦ଟାବେଳେ ମଞ୍ଚେଶ୍ବର ଥାନା ଅଧୀନ ଗଙ୍ଗୁଆ ବ୍ରିଜ୍ ଉପରେ ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ। ପୁଲିସ ତାଙ୍କ ବାଇକ ନମ୍ବର ଆଧାରରେ ପରିଚୟ ସଂଗ୍ରହ କରିଛି। ବାଇକ୍ଟି ପ୍ରବୀର ଦେହୁରୀଙ୍କ ନାଁରେ ରହିଥିବା ପୁଲିସ ଜାଣିବାକୁ ପାଇଛି। ତାଙ୍କ ଘର ପଳାଶୁଣୀ ପ୍ରାଚୀବିହାର ବୋଲି ପୁଲିସ କହିଛି। ପୁଲିସ ଶବକୁ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ସେହିପରି ଦୁର୍ଘଟଣା ଘଟାଇଥିବା ପଶ୍ଚିମବଙ୍ଗ ଟ୍ରକ୍କୁ ଜବତ କରିବା ସହିତ ଚାଳକକୁ ପୁଲିସ ଗିରଫ କରିଛି।
ଗଙ୍ଗୁଆ ବ୍ରିଜ୍ ଉପରେ ଦୁର୍ଘଟଣା, ଯୁବକ ମୃତ
Advertisment
Follow Us