ଦୁର୍ଘଟଣା ନା ହତ୍ୟା! ସନ୍ଦେହରେ ବ୍ୟାଙ୍କ ଅଧିକାରୀଙ୍କ ମୃତ୍ୟୁ, ସିସିଟିଭି ଯାଞ୍ଚ କରୁଛି ପୁଲିସ

ନୂଆପଲ୍ଲୀ ଅଣ୍ଡରପାସ ନିକଟରେ ଜଣେ ବ୍ୟାଙ୍କ ଡେପୁଟି ମ୍ୟାନେଜରଙ୍କ ମୃତଦେହ ଜବତ କରାଯାଇଛି। ସେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଅଡ଼ଙ୍ଗା ଅଞ୍ଚଳର  ଦେବବ୍ରତ ସାମନ୍ତରାୟ(୩୨)। ତେବେ ଅଜଣାଗାଡ଼ି ଧକ୍କାରେ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ଦୁର୍ଘଟଣାକୁ ନେଇ ସ‌ନ୍ଦେହ ସୃଷ୍ଟିହୋଇଛି।

Dead

Young man dead in stone attack in Dhenkanal. Photograph: (sambad)

ଭୁବନେଶ୍ବର: ନୂଆପଲ୍ଲୀ ଅଣ୍ଡରପାସ ନିକଟରେ ଜଣେ ବ୍ୟାଙ୍କ ଡେପୁଟି ମ୍ୟାନେଜରଙ୍କ ମୃତଦେହ ଜବତ କରାଯାଇଛି। ସେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଅଡ଼ଙ୍ଗା ଅଞ୍ଚଳର  ଦେବବ୍ରତ ସାମନ୍ତରାୟ(୩୨)। ତେବେ ଅଜଣାଗାଡ଼ି ଧକ୍କାରେ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ଦୁର୍ଘଟଣାକୁ ନେଇ ସ‌ନ୍ଦେହ ସୃଷ୍ଟିହୋଇଛି। ଏନେଇ ନୂଆପଲ୍ଲୀ ଥାନା ପୁଲିସ ଏକମାମଲା ରୁଜୁକରିଛି। ଏହା ଦୁର୍ଘଟଣା ନା ହତ୍ୟା, ସେ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଏଥିପାଇଁ ପୁଲିସ ଆଖାପାଖ ଅଞ୍ଚ‌ଳରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି। ସେହିପରି ୨ଜଣ ପ୍ରତ୍ୟେକ୍ଷଦର୍ଶୀ ଓ ତାଙ୍କର ଜଣେ ବାନ୍ଧବୀଙ୍କୁ ଡାକି ପଚରା ଉଚରା କରିଛି।

ସିସିଟିଭି ଯାଞ୍ଚ କରୁଛି ପୁଲିସ
ବାନ୍ଧବୀଙ୍କ ସମେତ ୩ ଜଣଙ୍କ ବୟାନ ରେକର୍ଡ

ସୂଚନା ମୁତାବକ, କିଛିଦିନ ହେବ ଦେବବ୍ରତ ରାଜଧାନୀରେ ଥିବା ଏକ ଘରୋଇ ବ୍ୟାଙ୍କରେ ଡେପୁଟି ମ୍ୟାନେଜର ଭାବେ ଯୋଗଦେଇଥିଲେ। ପରିବାର ଲୋକେ କେନ୍ଦ୍ରାପଡ଼ାରେ ରହୁଥିବା ବେ‌ଳେ ସେ ଏଠାରେ ବେହେରାସାହିରେ ରହୁଥିଲେ। ତେବେ ଗତକାଲି ରାତି ପାଖାପାଖି ୧୧ଟା ସମୟରେ ହୋଟେଲ୍‌ରୁ ଖାଇସାରି ଘରକୁ ଫେରୁଥିଲେ। ସେ ଅଣ୍ଡରପାସ୍‌ ନିକଟରେ ଯାଉଥିବା ସମୟରେ ତାଙ୍କ ସହ କିଛି ଅଘଟଣ ଘଟିଥିଲା। ଯେଉଁଥିପାଇଁ ସେ ବାଇକ୍‌ରୁ ବାହାରି ନିକଟ ପେଟ୍ରୋଲ୍‌ ପମ୍ପ ପାଖରେ ପଡ଼ିଥିଲେ। ତାଙ୍କ ପାଟିଶୁଣି ଆଖାପାଖରେ ଥିବା ଲୋକ ଧାଇଁ ଆସିଥିଲେ। ଲୋକମାନେ ଆସିବା ବେଳକୁ ଦେବବ୍ରତ ସଜ୍ଞାହୀନ ହୋଇ ତଳେ ପଡ଼ିରହିଥାଆନ୍ତି। ତାଙ୍କୁ ଏଭଳି ଅବସ୍ଥାରେ ଦେଖି ଲୋକେ ତୁରନ୍ତ ପୁଲିସକୁ ଫୋନ୍‌କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦେବବ୍ରତଙ୍କୁ ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଏମ୍‌ସ ପଠାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋ‌ଷଣା କରିଥିଲେ। ପୁଲିସ ତାଙ୍କ ପରିଚୟ ଠାବ ପରେ ପରିବାର ଲୋକଙ୍କୁ ଖବର ଦେଇଥିଲା। ଖବରପାଇ ଦେବବ୍ରତଙ୍କ ଭିଣୋଇ ସୌମେନ୍ଦ୍ର ରାଉତ ଏମ୍‌ସରେ ପହଞ୍ଚିବା ପରେ ଶଳାର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନଥିଲେ। ସନ୍ଦେହଜନକ ମୃତ୍ୟୁକୁ ନେଇ ସେ ଅଭିଯୋଗ କରିଥିଲେ। 

ପୁଲିସ ବି ଘଟଣାକୁ ନେଇ ସନ୍ଦେହ କରିଥିଲା। କାରଣ ପାରିପାର୍ଶ୍ବିକ ସ୍ଥିତି ଦେଖିଲେ ଘଟଣା କିଛି ଭିନ୍ନ ବୋଲି ପୁଲିସ ଆଶଙ୍କାକରୁଛି। କାରଣ ବାଇକ୍‌ରେ କୌଣସି ଭଙ୍ଗାରୁଜା ନାହିଁ। ସେମିତି ଦେବବ୍ରତଙ୍କ ଡ଼ାହାଣ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି। ଶରୀରରୁ  ରକ୍ତସ୍ରାବ ହୋଇନାହିଁ। ଯଦି ଦୁର୍ଘଟଣା ଘଟିଥାଆନ୍ତା ତେବେ ବାଇକ୍‌ ନିଶ୍ଚିତ ଭାଙ୍ଗିଯିବା ସହ ଦେବବ୍ରତଙ୍କ ଶରୀରରେ ଆଘାତ ଥାଆନ୍ତା। ହେଲେ ସେଭଳି କିଛି ନଥିଲା। ଏମିତିକି ମୁଣ୍ଡରେ ମଧ୍ୟ ଆଘାତ ଲାଗି ନଥିଲା। ତେଣୁ କିଭଳି ତାଙ୍କ ମୃତ୍ୟୁ ଘଟିଲା ତାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଏଥିପାଇଁ ପୁଲିସ ଆଖପାଖରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି। ସେହିପରି ଶେଷଥର ପାଇଁ କଥା ହୋଇଥିବା ତାଙ୍କ ବାନ୍ଧବୀଙ୍କୁ ଡାକି ପୁଲିସ ପଚରାଉଚରା କରିଛି।  ସେ କହିଛନ୍ତି ଯେ ଦେବବ୍ରତ ବାଇକ୍‌ରେ ଯାଉଥିବା ସମୟରେ ତାଙ୍କ ସହ ଫୋନ୍‌ କଲ୍‌ରେ ଥିଲେ। ଆଉ କିଛି ସମୟ ପରେ ସେ ଚିତ୍କାର କରି‘ ମରିଗଲି, ମରିଗଲି’ କହିଥିଲେ। ଏହାପରେ ସେଠାରେ କିଛି ଲୋକଙ୍କ ପାଟି ଶୁଣାଯାଇଥିଲା ବୋଲି କହିଛନ୍ତି। ସେହିପରି ୨ଜଣ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ, ସିଡିଆର‌୍ ଏବଂ ସିସିଟିଭି ଯାଞ୍ଚ ପରେ ଘଟଣାର ପ୍ରକୃତ ସତ୍ୟ ପଦାକୁଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe