ଧରିତ୍ରୀ ବିଜ୍‌ନେସ୍‌ ଏମିନେନ୍ସ ଆୱାର୍ଡ

Advertisment
ଧରିତ୍ରୀ ବିଜ୍‌ନେସ୍‌ ଏମିନେନ୍ସ ଆୱାର୍ଡ

ଭୁବନେଶ୍ୱର: ଧରିତ୍ରୀ ଓ ‘ଓରିଶା ପୋଷ୍ଟ’ ଖବର କାଗଜ ପକ୍ଷରୁ ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ବିଜ୍‌ନେସ୍ ଏମିନେନ୍ସ ଆୱାର୍ଡ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଶିଳ୍ପ, ଶକ୍ତି ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ୨୧ଜଣ ଉଦ୍ୟୋଗୀଙ୍କୁ ଏହି ଆଓ୍ୱାର୍ଡ ପ୍ରଦାନ କରିଛନ୍ତି। ମୁଖ୍ୟବକ୍ତା ଭାବେ ଫିକି ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଯୋଗ ଦେଇଥିବା ବେଳେ ଧରିତ୍ରୀ ଓ ଓରିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ସଭା ପରିଚାଳନା କରିଥିଲେ।

ଉଭୟ ଖବରକ‌ାଗଜର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ ଧନ୍ୟବାଦ ଦେଇଥିବା ବେଳେ ଶୋଭନା ମିଶ୍ର ସଂଯୋଜନା କରିଥିଲେ। ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ଦେବ କହିଥିଲେ, ଅଶୀରୁ ନବେ ଦଶକରେ ସରକାର ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଜମି ଦେଉଥିଲେ ପଇସା ବି ଦେଉଥିଲେ। ୧୩ ଜିଲ୍ଲାରେ ଶିଳ୍ପାଞ୍ଚଳ ବି ଗଠନ ହୋଇଥିଲା। କିନ୍ତୁ ଭିତ୍ତଭୂମି ଅଭାବରୁ ଏହା ଫେଲ୍‌ ମାରିଥିଲା। କିନ୍ତୁ ଏବେ ଶିଳ୍ପରେ ଭରପୂର ସୁଯୋଗ ରହିଛି। ସରକାର ସବୁ ସୁବିଧାସୁଯୋଗ ଓ ସବ୍‌ସିଡି ପ୍ରଦାନ କରୁଛନ୍ତି। ବାହାର ରାଜ୍ୟର ଉଦ୍ୟୋଗୀମାନେ ଏଥିପାଇଁ ଆଗ୍ରହ ଦେଖାଉଛନ୍ତି। କିନ୍ତୁ ଓଡ଼ିଶାର ଲୋକମାନେ ଆଗକୁ ଆସୁନାହାନ୍ତି। ତେଣୁ ଓଡ଼ିଶା ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe