ଗଞ୍ଜାମ ଫେରନ୍ତାଙ୍କୁ କେନ୍ଦ୍ର କରି ଖଣ୍ଡା ଚୋଟ ମାମଲା : ଅଭିଯୁକ୍ତ ଗିରଫ

Advertisment
ହ୍ୱାଟ୍‌ସଆପ୍ ଗ୍ରୁପ୍‌ରେ ଅଶ୍ଳୀଳ ଭିଡିଓ, ବିଧାୟକଙ୍କ ଅଭିଯୋଗ ପରେ ୪ ଅଟକ

pakistantoday.com.pk

ଭୁବନେଶ୍ବର : ଗଞ୍ଜାମରୁ ଆସି ସାଲିଆସାହିରେ ହୋମ୍‌ କ୍ବାରାଣ୍ଟିନ୍‌ରେ ରହିବାକୁ ନେଇ ହୋଇଥିବା ଖଣ୍ଡଯୁଦ୍ଧର ମୁଖ୍ୟ ନାୟକଙ୍କୁ ଗିରଫ କରିଛି ନୂଆପଲ୍ଲୀ ଥାନା ପୁଲିସ। ଅଭିଯୁକ୍ତ ହେଉଛି ସାଲିଆସାହି ଶ୍ରୀରାମନଗରରେ ରହୁଥିବା ଗଞ୍ଜାମ ଦିଗପହଣ୍ଡି ସିଙ୍ଗିପୁରର ଗୋପାଳକୃଷ୍ଣ ନାୟକ। ଆଜି ଅପରାହ୍ନରେ ତାକୁ କୋର୍ଟ ଚାଲାଣ କରାଯାଇଛି। ଆକ୍ରମଣରେ ସେ ବ୍ୟବହାର କରିଥିବା ଖଣ୍ଡା ଜବତ ହୋଇଛି।

ସୂଚନା ମୁତାବକ, କିଛି ଦିନ ତଳେ ସାଲିଆସାହିରେ ରହୁଥିବା ୪ଜଣ ଯୁବକ ଗଞ୍ଜାମରୁ ଆସି ଶ୍ରୀରାମନଗ‌ରରେ ପହଞ୍ଚିଥିଲେ। କରୋନାକୁ ନେଇ ଗଞ୍ଜାମ ଅତ୍ୟନ୍ତ ସମ୍ବେଦନଶୀଳ ଜିଲ୍ଲା ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ଏମାନଙ୍କୁ ବିରୋଧ କରିଥିଲେ। ପୂର୍ବରୁ ଏଠାରେ ରହୁଥିବା ରମେଶ ମହାରଣା ଓ ଗଞ୍ଜାମ ଫେରନ୍ତା ୪ଜଣ ଗୋଟିଏ ଗ୍ରାମର ବାସିନ୍ଦା। ଏଣୁ ରମେଶ ସେମାନଙ୍କୁ ସମର୍ଥନ କରିଥିଲେ। ଫଳରେ ଅନ୍ୟମାନେ ରମେଶଙ୍କୁ ବିରୋଧ କରିଥିଲେ। କିଛି ସମୟ ପରେ ଅଭିଯୁକ୍ତ ଗୋପାଳ ଖଣ୍ଡା ଆଣି ରମେଶଙ୍କୁ ଆକ୍ରମଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe