ମୃତଫା ସୌମ୍ୟ ହତ୍ୟା ମାମଲା: ଫେରାର୍‌ ଅଭିଯୁକ୍ତ ଗିରଫ

Advertisment
ରାଜଧାନୀରେ ଚାଞ୍ଚଲ୍ୟ: ନାକା ଗେଟ୍ ନିକଟରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ସନ୍ଦେହ

ଭୁବନେଶ୍ବର : ମୃତଫା ସୌମ୍ୟ ହତ୍ୟା ମାମଲାର ଫେରାର୍‌ ଅଭିଯୁକ୍ତକୁ ଗିରଫ କରିଛି ଭରତପୁର ଥାନା ପୁଲିସ। ଅଭିଯୁକ୍ତ ହେଉଛି ବରମୁଣ୍ଡା ମହାବୀର ବସ୍ତିର ସୋମନାଥ ବେହେରା(୨୨)। ସୂଚନାନୁସାରେ ୨୦୨୧ ସେପ୍ଟେମ୍ବର ୨୬ ତାରିଖରେ ଫାୟାର୍‌ଷ୍ଟେସନ ଛକ ନିକଟରେ ସ୍ବିଗ୍‌ ବୟ ସୁପ୍ରବାଷ ‌ମାନ୍ଧତାଙ୍କୁ ତିନି ଯୁବକ ଅଟକାଇ ବାଇକ୍‌ର କିସ୍ତି ସୁଝିବାକୁ କହିଥିଲେ। କିନ୍ତୁ ବାଇକ୍‌ର କୌଣସି କିସ୍ତି ନଥିବା ସୁପ୍ର‌ବାଷ କହିଥିଲେ। କିନ୍ତୁ ଅଭିଯୁକ୍ତମାନେ ତାଙ୍କୁ ଟଙ୍କା ପଇଠ କରିବାକୁ ବାଧ୍ୟ କରିଥିଲେ। ଫଳରେ ସେ ତାଙ୍କ ଭାଇ ମୃତଫା ସୌମ୍ୟଙ୍କୁ ଘଟଣାସ୍ଥଳକୁ ଫୋନ୍‌ କରି ଡାକିଥିଲେ। ସୌମ୍ୟ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଅଭିଯୁକ୍ତମାନେ ତାଙ୍କର ଅନ୍ୟ କିଛି ସହଯୋଗୀମାନଙ୍କୁ ଘଟଣାସ୍ଥଳକୁ ଡାକିଥିଲେ। ସେମାନେ ମିଳିତ ଭାବେ ଲୁହା ରଡ୍‌ରେ ମୃତଫାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ।

ଘଟଣାସ୍ଥଳରେ ମୃତଫା‌ ଗୁରୁତର ଭାବେ ଆହତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କ ଦେହ ଓ ମୁଣ୍ଡରୁ ପ୍ରଚୁର ରକ୍ତ ସ୍ରାବ ହୋଇଥିଲା। ତାଙ୍କ ଭାଇ ସୁପ୍ରବାଷ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ୨୦୨୧ ଅକ୍ ଟୋବର ୧୫ ତାରିଖରେ ମୃତଫା ସୌମ୍ୟ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଏହି ମାମଲାରେ ପୁଲିସ ଅଭିଯୁକ୍ତ ରାକେଶ, ନାରାୟଣ, ରାଜକୁମାର, ଅରୁଣ, ମିଲୁ ଏବଂ ନୃସିଂହଙ୍କୁ କୋର୍ଟ ଚାଲାଣ କରିଥିଲା। କିନ୍ତୁ ସେହିଦିନଠାରୁ ଅଭିଯୁକ୍ତ ସୋମନାଥ ଫେରାର୍‌ ଥିଲା। ପୁଲିସ ଫେରାର ଅଭିଯୁକ୍ତକୁ ତା’ ଘରୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe