Times of India
ଭୁବନେଶ୍ବର : ମଦପାଇଁ ମ୍ୟାନେଜର ଓ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାର ୩ମାସ ପରେ ଫେରାର୍ ଥିବା ଅଭିଯୁକ୍ତକୁ ତମାଣ୍ଡୋ ଥାନା ପୁଲିସ ଗିରଫ କରିଛି। ସେ ହେଲା ବାଲିଆପଡ଼ା ଅଞ୍ଚଳର ସଞ୍ଜୟ ସ୍ବାଇଁ(୪୦)।
ସୂଚନା ମୁତାବକ, ଗତ ଅକ୍ଟୋବର ମାସରେ ସଞ୍ଜୟ ତମାଣ୍ଡୋ ଅଞ୍ଚଳରେ ଥିବା ଏକ ମଦଦୋକାନକୁ ଯାଇ ମାଗଣାରେ ମଦ ଦେବାକୁ କହିଥିଲ। ମଦ ଦେବାକୁ ମନାକରିବାରୁ ସେଠାରେ କଥା କଟାକଟି ହୋଇଥିଲେ। ରାଗରେ ଥିବା ସଞ୍ଜୟ ସେଠାରୁ ଫେରି ବାଟରେ ମ୍ୟାନେଜର ରାକେଶ ମହାରଣା ଓ କର୍ମଚାରୀ ସଞ୍ଜୟ ପ୍ରଧାନକୁ ଜଗି ରହିଥିଲା। ସେମାନେ ବାଟରେ ଯାଉଥିବା ବେଳେ ଉଭୟଙ୍କୁ ଅଟକାଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ଏନେଇ ଦୋକାନମାଲିକ ଶ୍ରୀନିବାସ ରଣା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ତାକୁ ଗୋହୀରା ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି।
Follow Us