ଆଶିଷ ହତ୍ୟାକାଣ୍ଡ: ଫେରାର ଅଭିଯୁକ୍ତ ସିପୁ ଗିରଫ

Advertisment
ଆଶିଷ ହତ୍ୟାକାଣ୍ଡ: ଫେରାର ଅଭିଯୁକ୍ତ ସିପୁ ଗିରଫ

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିଅନ୍ତା ଥାନା ଶିଶିଲୋ ଗ୍ରାମର ଆଶିଷ ଓଝା ଓରଫ ବବୁଲ ହତ୍ୟାକାଣ୍ଡ ଘଟଣାର ଫେରାର ଆସାମୀକୁ ପୁଲିସ ଅବଶେଷରେ ଗିରଫ କରିବାରେ ସଫଳ ହୋଇଛି। ଗୁରୁବାର ମୁଖ୍ୟ ଅଭିଯୁକ୍ତ ରାଜେଶ ଦାସ ଓରଫ ରାଜା ଓ ରାକେଶ ସେଠୀ ଓରଫ ରାକାକୁ ପୁଲିସ ହେପାଜତକୁ ଆଣିଥିଲା। ହେଲେ ତୃତୀୟ ଅଭିଯୁକ୍ତ ଦୁର୍ଯ୍ୟୋଧନ ବେହେରା ଓରଫ ସିପୁ ସେହିଦିନଠାରୁ ଫେରାର ଥିଲା। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ନିରାଶ ହୋଇଥିଲା। ଗତକାଲି ରାତିରେ ସିପୁ ଗାଁକୁ ଆସିଥିବା ଖବର ପାଇ ପୁଲିସ ଚଢ଼ାଉ କରି ତାକୁ ଗିରଫ କରିଛି। ଆଜି ଡାକ୍ତରୀ ମାଇନା ପରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି କୃପାସିନ୍ଧୁ ବରାଡ଼ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଶିଶିଲୋ ଗ୍ରାମର ପ୍ରମୋଦ ଓଝାଙ୍କ ଝିଅର ବାହାଘର ଦିନ ଧାର୍ଯ୍ୟ ହୋଇଥିଲା। ଭଉଣୀ ବାହାଘର ପାଇଁ ଆଶିଷ ଓଝା ବରଧରା ଯାଇଥାନ୍ତେ। ହେଲେ ଗତ ବୁଧବାର ରାତି ପ୍ରାୟ ସାଢେ ୯ଟା ବେଳେ କେହି ଦୁର୍ବୃତ୍ତ ଆଶିଷଙ୍କୁ ଫୋନ କରି ଡାକିଥିଲେ। ଆଶିଷ କାହାକୁ କିଛି ନ ଜଣେଇ ଘରୁ ସାଇକେଲ ନେଇ ବାହାରି ଆସିଥିଲେ। ବହୁ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ହେଲେ କୌଣସି ସନ୍ଧାନ ପାଇନଥିଲେ। ସକାଳୁ ଧନୁଆ ନଦୀ ବନ୍ଧ ନିକଟ ଧାନବିଲରେ ଯୁବକଙ୍କ ମୃତଦେହ ପଡ଼ିଥିବା ଖବର ପ୍ରଚାର ହୋଇଥିଲା। ପରେ ଏହା ଆଶିଷଙ୍କ ମୃତଦେହ ବୋଲି ଚିହ୍ନଟ ହୋଇଥିଲା। ଯୁବକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିବା ସାଇଣ୍ଟିଫିକ ଟିମ ତଦନ୍ତ ବେଳେ ଜଣାପଡିଥିଲା। ନିକଟରେ ଆଶିଷଙ୍କ ସାଇକେଲ ପଡିଥିଲା। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe