ଇଭେଣ୍ଟ ମ୍ୟାନେଜମେଣ୍ଟ ମ୍ୟାନେଜର୍‌ଙ୍କୁ ଅପହରଣ, ଅଭିଯୁକ୍ତ ଗିରଫ

Advertisment
ଖୋର୍ଧା : ୧୬୫ ଗ୍ରାମ୍ ବ୍ରାଉନ୍‌ସୁଗାର ସହ ବେପାରୀ ଗିରଫ

ଭୁବନେଶ୍ବର : ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ସଂସ୍ଥାର ମ୍ୟାନେଜରଙ୍କୁ ଅପହରଣ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ୟୁନିଟ୍‌-୩ ଖାରବେଳନଗର ଅଞ୍ଚଳର ଅକ୍ଷୟ କୁମାର ମହାରଣା(୨୫)। ୨୦୧୬ ମସିହାରୁ ଅକ୍ଷୟ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ସଂସ୍ଥାର ଜୀମୂ‌ତୋଷ ଶର୍ମାଙ୍କ ସହ ମିଶି କାମ କରୁଥିଲେ। କାମ ବାବଦକୁ ଅକ୍ଷୟ ଜୀମୂତୋଷଙ୍କ ଠାରୁ ସାଢ଼େ ୩ଲକ୍ଷ ଟଙ୍କା ପାଇବାର ଥିଲା। ମାତ୍ର ସେ ନଫେରାଇବାରୁ ଗତ ୧୦ତାରିଖ ଦିନ ଅକ୍ଷୟ ଓ ତା’ର ସହଯୋଗୀମାନେ ଜୀମୂତୋଷଙ୍କୁ ଅପହରଣ କରି ନେଇ ଯାଇଥିଲେ। ଟଙ୍କା ନଦେଲେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ଜୀମୂତୋଷ ଭୟରେ ସାଙ୍ଗମାନଙ୍କୁ ଫୋନ୍‌କରି ଟଙ୍କା ଆଣିବା ପାଇଁ କହିଥିଲେ। ଟଙ୍କା ଦେବା ପରେ ଅପହର୍ତାମାନେ ତାଙ୍କୁ ଛାଡ଼ିଥିଲେ। ଏନେଇ ସେ ନୂଆପଲ୍ଲୀ ଥାନାରେ ଭଅିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଅକ୍ଷୟକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe