ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

Advertisment
ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ପିଛା କରି ଯୁବକ ଅଟକ

image source-nayalook.com

ଭୁବନେଶ୍ୱର : ଲକ୍‌ଡାଉନବେଳେ ରାଜଧାନୀରେ ଘଟିଥିବା ଆଉ ଏକ ଲଜ୍ଜା ସାମ୍ନାକୁ ଆସିଛି। ଘରେ ପଶି ଜୋର୍‌ ଜବରଦସ୍ତ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଅଢ଼େଇ ମାସ ପରେ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲା ଲକ୍ଷ୍ମୀସାଗର ଥାନା ଅଞ୍ଚଳର ରାଜା ପରିଡ଼ା। ସେ ଜଣେ ବ୍ରାଉନ୍‌ସୁଗାର ବେପାରୀ ବୋଲି ପୁଲିସ ସୂଚନା ଦେଇଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିଲା ଓ ଜାମିନ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ସୂଚନା ଅନୁସାରେ, ନାବାଳିକା ଓ ଅଭିଯୁକ୍ତ ରାଜାର ଘର ପାଖାପାଖି। ନାବାଳିକାର ବାପା ଓ ମା’ ଦିନ ମଜୁରିଆ। ଗତ ଅଗଷ୍ଟ ୧୪ ତାରିଖରେ ନାବାଳିକାର ବାପା ଓ ମା’ କାମ କରିବାକୁ ଯାଇଥିଲେ। ଘରେ ନାବାଳିକା ଏକୁଟିଆ ଥିବା ସୁଯୋଗ ନେଇ ରାଜା ତାଙ୍କ ଘରେ ପଶିଥିଲା ଓ ନାବାଳିକାକୁ ଦୁଷ୍କର୍ମ କରିଥିଲା। ଏହି କଥା ପ୍ରଘଟ କଲେ ତାକୁ ଜୀବନରେ ମାରିଦେବ ବୋଲି ଧମକ ଦେଇଥିଲା। କିନ୍ତୁ ବାପା, ମା’ କାମରୁ ଫେରିବା ପରେ ନାବାଳିକା ସେମାନଙ୍କୁ ସବୁ କଥା ଜଣାଇଥିଲା। ଏ ନେଇ ଲକ୍ଷ୍ମୀସାଗର ଥାନାରେ ପରିବାର ଲୋକ ଅଭିଯୋଗ କରିବା ପରେ ପୁଲିସ ଦୁଷ୍କର୍ମ ଓ ପୋକ୍‌ସୋ ଆଇନରେ ମାମଲା ରୁଜୁ କରିଥିଲା। କିନ୍ତୁ ଅଭିଯୁକ୍ତ ରାଜା ଫେରାର୍‌ ହୋଇଯାଇଥିବାରୁ ପୁଲିସ ତାକୁ ଗିରଫ କରିପାରିନଥିଲା। ଗତକାଲି ରାତିରେ ରାଜା ଘରକୁ ଆସିଥିବା ଖବର ପାଇ ପୁଲିସ ଚଢ଼ଉ କରି ତାକୁ ଗିରଫ କରିଥିଲା। ସୂଚନାଯୋଗ୍ୟ ଯେ ରାଜା ଜଣେ କୁଖ୍ୟାତ ବ୍ରାଉନ୍‌ସୁଗାର ବେପାରୀ। ୨୦୧୯ରେ ସେ ଦୁଇ ଥର ଏହି ଜହର କାରବାର ପାଇଁ ଜେଲ୍ ଯାଇଥିଲା। ସେହିଭଳି ରାଜାର ବାପା ଚରଣ ପରିଡ଼ା ମଧ୍ୟ ବ୍ରାଉନ୍‌ସୁଗାର କାରବାର ମାମଲାରେ ଜେଲ୍ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe