ରେଲ୍‌ୱେ ଚାକିରି ବାହାନାରେ ୧୦ ଲକ୍ଷ ଚଳୁ, ଅଭିଯୁକ୍ତ ଇଂଜିନିୟର ଅଟକ

Advertisment
ପିଲା କଳିରୁ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ

Sambad English

ଚନ୍ଦ୍ରଶେଖରପୁର : ରେଳବାଇ ଚାକିରି କରାଇଦେବା ଆଳରେ ବେକାର ଯୁବକମାନଙ୍କୁ ଠକିଥିବା ଅଭିଯୋଗରେ ପୂର୍ବରୁ ଗିରଫ ହୋଇଥିବା ଇଂଜିନିୟର ପ୍ରଶାନ୍ତ ବାଘକୁ ପୁଣି ଅଟକ ରଖିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ଏଥର ବି ଅଭିଯୁକ୍ତ ଇଂଜିନିୟର ପ୍ରଶାନ୍ତ ଅନୁରୂପ ଠକାମି କରି ୨ ଜଣଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇଯାଇଛି ବୋଲି ଅଭିଯୋଗ ହୋଇଛି। ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ଓ ଅଭିଯୋଗ ସଂଖ୍ୟା ବଢ଼ୁଥିବା ପୁଲିସ ସୂଚନା ଦେଇଛି। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି।

ସୂଚନାନୁସାରେ ଅଭିଯୁକ୍ତ ପ୍ରଶାନ୍ତ ଚନ୍ଦ୍ରଶେଖରପୁର ରେଳ କାର୍ଯ୍ୟାଳୟରେ ଡେପୁଟି ଚିଫ୍‌ ଇଂଜିନିୟର ଅଛନ୍ତି। ଗତ ୨ ବର୍ଷ ପୂର୍ବେ ଦୁଇ ଯୁବକ ସନ୍ତୋଷ କୁମାର ରାଉତ ଓ ସତ୍ୟବ୍ରତ ଦ୍ବିବେଦୀଙ୍କୁ ସେ ରେଳବାଇ ଚାକିରି କରାଇଦେବେ ବୋଲି ପ୍ରଲୋଭନ ଦେଖାଇଥିଲେ। ଏଥିପାଇଁ ସେ ଦୁଇ ଯୁବକଙ୍କଠାରୁ ପର୍ଯ୍ୟାୟକ୍ରମେ ୧୦ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ। ଟଙ୍କା ପାଇବା ପରେ ସେ ଆଉ ଧରାଛୁଆଁ ଦେଇନଥିଲେ। ତେଣୁ ଠକାମିର ଶିକାର ହୋଇଥିବା ୨ ଯୁବକ ତାଙ୍କୁ ଧରି ପୁଲିସ ଜିମା ଦେବାକୁ ଯୋଜନା କରିଥିଲେ। ଏକ ସ୍ବେଚ୍ଛାସେବୀ ସଂଗଠନର କର୍ମୀ ଶିବସୁନ୍ଦର ସ୍ବାଇଁ ଓ ନାରାୟଣ ସାହୁଙ୍କ ସହାୟତାରେ ଆଜି ସେମାନେ ରେଳବାଇ କାର୍ଯ୍ୟାଳୟ ନିକଟରେ ଅଭିଯୁକ୍ତ ପ୍ରଶାନ୍ତଙ୍କୁ କାବୁ କରିଥିଲେ। ପରେ ଚନ୍ଦ୍ରଶେଖରପୁର ପୁଲିସକୁ ଡାକି ସେମାନେ ପ୍ରଶାନ୍ତକୁ ଜିମା ଦେଇଥିଲେ।

ଅଭିଯୋଗକାରୀ ସନ୍ତୋଷ ଓ ସତ୍ୟବ୍ରତଙ୍କ କହିବାନୁସାରେ ୨୦୧୯ ମସିହାରେ ସେମାନଙ୍କଠାରୁ ପ୍ରଶାନ୍ତ ଟଙ୍କା ନେଇଥିଲା। ସେମାନେ ସ୍ଥାନୀୟ ରଘୁନାଥପୁରର ପୂର୍ବତନ ସରପଞ୍ଚଙ୍କ ମାର୍ଫତରେ ପ୍ରଶାନ୍ତଙ୍କୁ ଟଙ୍କା ଦେଇଥିଲେ। ମାତ୍ର ୨ ବର୍ଷ ବିତିବା‌ ପରେ ବି ପ୍ରଶାନ୍ତ ସେମାନଙ୍କୁ କେବଳ ମିଛ କହି ଭଣ୍ଡାଇ ଚାଲିଥିଲା। ଅର୍ଥ ଫେରସ୍ତ ପାଇଁ ସେମାନେ ଦାବି କରିଥିଲେ ମଧ୍ୟ ସେ କିଛି ଶୁଣିନଥିଲା। ଏମିତିକି ମାର୍ଫତଦାର୍‌ ସରପଞ୍ଚ ବି କିଛି ସହଯୋଗ କରିନଥିଲେ। ତେବେ କଥା ବଢ଼ିବା ଆଗରୁ ଅଭିଯୁକ୍ତ ପ୍ରଶାନ୍ତ ସେମାନଙ୍କୁ ଚେକ୍ ଧରାଇ ଦେଇଥିଲେ। ମାତ୍ର ପରେ ସେସବୁ ଚେକ୍‌ ବାଉନ୍‌ସ ହୋଇଯାଇଥିଲା। ଏହା ଭିତରେ ପ୍ରଶାନ୍ତ ଘର ବଦଳାଇ ଲୁଚିବା ଆରମ୍ଭ କରିଥିଲା। କିନ୍ତୁ ଆଜି ସେ କାର୍ଯ୍ୟାଳୟକୁ ଯାଉଥିବା ବେଳେ ଧରାପଡ଼ିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe