ମଧୁଖଣ୍ଡା ଘରପୋଡ଼ି ମାମଲା, ଅଭିଯୁକ୍ତକୁ ୪ ବର୍ଷ କାରାଦଣ୍ଡ

Advertisment
ଭଡ଼ାଟିଆକୁ ହତ୍ୟା ଉଦ୍ୟମ ମାମଲା : ଦୋଷୀକୁ ୫ ବର୍ଷ ସଶ୍ରମ କାରାଦଣ୍ଡ

Times Now

ଭୁବନେଶ୍ୱର : ୨୦୧୬ ମସିହାର ଏକ ଗୃହଦାହ ମାମଲାର ବିଚାର କରି ଭୁବନେଶ୍ୱର ଏଡିଜେ-୩ ଲୁନା ଦାସ ଅଭିଯୁକ୍ତ ବାଲିପାଟଣା ମଧୁଖଣ୍ଡା ଗ୍ରାମର କୃଷ୍ଣଚନ୍ଦ୍ର ଖଟୁଆକୁ ୪ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତା’ ସହିତ ୫ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି। ଜରିମାନା ଅନାଦାୟ ଆହୁରି ୨ମାସ ଅଧିକା କାରାଦଣ୍ଡ ଭୋଗିବାକୁ ଆଦେଶ ରହିଛି। ୮ ସାକ୍ଷୀଙ୍କ ବୟାନ ଓ ୩ ଦସ୍ତାବିଜ୍‌କୁ ଆଧାର କରି ଏହି ରାୟ ପ୍ରକାଶ ପାଇଛି। ଏହି ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସୁଧାକର ଖଟୁଆ ଫେରାର ଅଛି।

୨୦୧୬ ମସିହା ଡିସେମ୍ବର ୨୫ ତାରିଖ ଦିନ ମଧୁଖଣ୍ଡା ଗ୍ରାମର ଅମିୟ ଖଟୁଆଙ୍କ ଘରେ କିଛି ଲୋକ ନିଆଁ ଲଗାଇ ଦେଇଥିଲେ। ଅମିୟଙ୍କ ଘର ଓ ତାଙ୍କ ଜେଜେ ଜମ୍ବେଶ୍ବର ଖଟୁଆଙ୍କ ସମେତ ଅନ୍ୟ ୩ ପରିବାରଙ୍କ ଘର ଜଳି ଯାଇଥିଲା। ଏନେଇ ଅମିୟ ବାଲିପାଟଣା ଥାନାରେ ଏତଲା ଦେଇଥିଲେ। ଘଟଣାସ୍ଥଳରୁ ଗ୍ରାମବାସୀ କୃଷ୍ଣଚନ୍ଦ୍ରକୁ ଧରି ପୁଲିସ ଜିମା ଦେଇଥିଲେ। ଅମିୟଙ୍କ ଅଭିଯୋଗ ମୁତାବକ, ଦଶହରା ସମୟରେ ପରିବାରରେ ଖଣ୍ଡା ପୂଜା ହୁଏ। ପରିବାରର ବରିଷ୍ଠ ସଦସ୍ୟ ଭାବ‌ରେ ଅନେକ ଦିନରୁ ଜମ୍ବେଶ୍ବରଙ୍କ ଘରେ ପାରିବାରିକ ଖଣ୍ଡା ରହି ଆସୁଥିଲା। ୨୦୧୬ ମସିହାରେ କୃଷ୍ଣଚନ୍ଦ୍ର ଓ ସୁଧାକର ଅଲଗା ପୂଜା କରିବା ପାଇଁ ଏହି ‘କୁଳଖଣ୍ଡା’ ଜମ୍ବେଶ୍ବରଙ୍କୁ ମାଗିଥିଲେ। ଏହାକୁ ନେଇ ପାରିବାରିକ କଳହ ଲାଗିଥିଲା। ବିଳମ୍ବିତ ରାତ୍ରିରେ କୃଷ୍ଣଚନ୍ଦ୍ର ଓ ସୁଧାକର ଏକାଠି ହୋଇ ଜମ୍ବେଶ୍ବର ଓ ଅମିୟଙ୍କ ଘ‌ରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ପ୍ରଦୀପ୍ତ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe