ନଳକୂପରେ ତାଲା ପକାଇଲେ ଅସାମାଜିକ ଯୁବକ

ନଳକୂପରେ ତାଲା ପକାଇଲେ ଅସାମାଜିକ ଯୁବକ

ଚନ୍ଦ୍ରଶେଖରପୁର : ଏକ ରାଜନୈତିକ ଦଳର ସଭା ଓ ଭୋଜିରେ ଯୋଗଦେବା ପାଇଁ ମଞ୍ଚେଶ୍ୱର ନିକଟ ଇଟାଭାଟି ବସ୍ତିର କିଛ ଦଳିତ ଲୋକ ନଯିବାରୁ ସେମାନଙ୍କୁ ଗୋଟିଏ ଦିନ ପିଇବା ପାଣିରୁ ବଞ୍ଚିତ ହେବାକୁ ପଡ଼ିଛି। ବସ୍ତି ଲୋକ ନିର୍ଭର କରୁଥିବା ଏକମାତ୍ର ନଳକୂପରେ ସ୍ଥାନୀୟ କିଛି ଅସାମାଜିକ ଯୁବକ ତାଲା ପକାଇ ସେମାନଙ୍କୁ ଦଳର ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଧମକ ଚମକ ଦେଇଛନ୍ତି। ଘଟଣା ସଂପର୍କରେ ଗଣମାଧ୍ୟମରେ ନିକଟରେ ସୂଚନା ପହଞ୍ଚିବା ଖବର ପାଇ କିଛି ସ୍ଥାନୀୟ ମୁରବି ବସ୍ତିରେ ପହଞ୍ଚି ନଳକୂପରୁ ତାଲା ଖୋଲିଥିଲେ। ତେବେ ଦିନ ତମାମ ନଳକୂପରେ ତାଲା ପଡ଼ିବା ଫଳରେ ବସ୍ତି ଲୋକ ପାଣି ପାଇଁ ଡହଳବିକଳ ହୋଇଥିଲେ। କିଛି ଲୋକ କୁଆଖାଇ ନଦୀ ପାଣି ଉପରେ ନିର୍ଭର କରିଥିଲେ। ସନ୍ଧ୍ୟାରେ ନଳକୂପରୁ ତାଲା ଫିଟାଯିବା ଆଗାମୀ ଦିନରେ ଏପରି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ଭୟରେ ବସ୍ତି ବାସିନ୍ଦା ନଳକୂଅରେ କିଏ ତାଲା ପକାଇଥିଲେ ସେ ନେଇ କୌଣସି ତଥ୍ୟ ଦେବାକୁ ମନା କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe