ବର୍ଷକ ପରେ ଧରାପଡ଼ିଲା ଫେରାର ନାବାଳିକା ଅପହରଣ ଅଭିଯୁକ୍ତ

Advertisment
ବଡ଼ଗଡ଼ ପୁଲିସ ହାତରେ ମହିଳା ଚୋର ଗ୍ୟାଙ୍ଗ: ମହାରା‌ଷ୍ଟ୍ରର ୪ ମହିଳା ଗିରଫ

new indian express

ଭୁବନେଶ୍ବର: ବର୍ଷକ ପରେ ଧରା ପଡ଼ିଲା ଫେରାର ନାବାଳିକା ଅପହରଣ ଅଭିଯୁକ୍ତ। ଗିରଫ କରିଛି ଲିଙ୍ଗରାଜ ଥାନା ପୁଲିସ। ଗତବର୍ଷ ଅଗଷ୍ଟ ମାସରେ ଓଲ୍ଡଟାଉନ ଅଞ୍ଚଳର ଜଣେ ନାବାଳିକା ନିଖୋଜ ହୋଇଥିଲା। ଏନେଇ ଥାନାରେ ଅପହରଣ ଅଭିଯୋଗ କରିଥିଲେ ପରିବାର ଲୋକେ। ଘଟଣାର ତଦନ୍ତ କରି ଲିଙ୍ଗରାଜ ଥାନା ପୁଲିସ ନାବାଳିକା ଝିଅକୁ ଉଦ୍ଧାର କରିବା ସହ ଅଭିଯୁକ୍ତ କାଳିଆ ବେହେରାକୁ ଗିରଫ କରିଥିଲା।

ତେବେ ପୁଲିସ ହେପାଜତରେ ଥିବା ବେଳେ ପାଣି ପିଇବା ନାଁରେ ପୁଲିସକୁ ଚକମା ଦେଇ ଥାନାରୁ ଫେରାର ହୋଇଯାଇଥିଲା। ତେବେ ସୋମବାର କାଳିଆ ଘରକୁ ଆସୁଥିବାର ଖବର ପାଇଥିଲା ଲିଙ୍ଗରାଜ ଥାନା ପୁଲିସ। ଆଉ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ତାକୁ ଗିରଫ କରିଥିଲା ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe