ନାବାଳିକା ଅପହରଣ ଓ ଦୁଷ୍କର୍ମ ଆସ୍କାରୁ ଅଭିଯୁକ୍ତ ଗିରଫ

Advertisment
୫୦ ଗ୍ରାମ୍ ବ୍ରାଉନ୍‌ସୁଗାର ଜବତ, ମୋହିନୀ ବସ୍ତିରୁ ମହିଳା ଗିରଫ

ଭୁବନେଶ୍ବର: ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ତାରିଣୀ ବସ୍ତିର ରାଜ କିଶୋର ମହାରଣାକୁ ଭଞ୍ଜାମର ଆସ୍କାରୁ ଗିରଫ କରିଛି। ସେ ନୟାଗଡ଼ ଜିଲ୍ଲା ବେଗୁନିଆ ନୀଳକଣ୍ଠେଶ୍ୱର ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ଓ ପୀଡ଼ିତାର ଡାକ୍ତରୀମାଇନା କରାଯିବା ସହ ବୟାନ ରେକର୍ଡ କରାଯାଇଛି।

ଅଭିଯୋଗ ମୁତାବକ, ଗତ ଡିସେମ୍ବର ୨୬ ତାରିଖ ଦିନ ରାଜକିଶୋର ୧୦ମ ଶ୍ରେଣୀ ପଢ଼ୁଥିବା ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିଲେ। ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ନାବାଳିକାକୁ ଏକତରଫା ପ୍ରେମ କରୁଥିବା ଜାଣିବା ପରେ ପୁଲିସ ରାଜକିଶୋର ମୋବାଇଲ ଟ୍ରାକ୍‌ କରୁଥିଲା। ଖଣ୍ଡଗିରି ଥାନା ଏସ୍‌ଆଇ ସସ୍ମିତା ଧଳଙ୍କ ନେତୃତ୍ୱରେ ଏକ ଟିମ୍ ଗଞ୍ଜାମ ଆସ୍କାରେ ଚଢ଼ଉ କରି ଅଭିଯୁକ୍ତ ରାଜୁକୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe