ଏମ୍ସ ଆବାସିକ ଡାକ୍ତରଙ୍କ ସଫଳତା: ୩ ଜାତୀୟ ପ୍ରତିଯୋଗିତାରେ ୬ ବିଜେତା

Advertisment
ଏମ୍ସ ଆବାସିକ ଡାକ୍ତରଙ୍କ ସଫଳତା: ୩ ଜାତୀୟ ପ୍ରତିଯୋଗିତାରେ ୬ ବିଜେତା

ଭୁବନେଶ୍ବର: ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ୬ଜଣ ଆବାସିକ ଡାକ୍ତରୀ ଛାତ୍ର ତିନି ଭିନ୍ନ ଜାତୀୟ ଶୈକ୍ଷିକ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ଗୌରବ ହାସଲ କରିଛନ୍ତି। ଏମ୍ସ ଭୁବନେଶ୍ବର ପିଏମଆର(ଫିଜିକାଲ ମେଡିସିନ ଏବଂ ପୁନର୍ବାସ) ବିଭାଗର କନିଷ୍ଠ ଆବାସିକ ଡାକ୍ତର ଡ.ଦେବାଞ୍ଜନ ବରାଳ, ଡ.ସୌଭିକ ଭଟ୍ଟାଚାର୍ଜଙ୍କୁ ନେଇ ଗଠିତ ଟିମ ଏମ୍ସ ନାଗପୁରରେ ଅନୁଷ୍ଠିତ ଆଇଏପିଏମଆର(ଇଣ୍ଡିଆନ ଆସୋସିଏସନ ଅଫ ଫିଜିକାଲ ମେଡିସିନ ଏବଂ ପୁନର୍ବାସ)ର ମିଡଟର୍ମ ସିଏମ୍ଇରେ ଆୟୋଜିତ କୁଇଜରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଜାତୀୟସ୍ତରୀୟ କୁଇଜ୍ ରେ କ୍ରମାଗତ ଭାବରେ ଦ୍ବିତୀୟ ଥର ପାଇଁ ଏମ୍ସ ଭୁବନେଶ୍ବରର ପିଆରଏମର ଟିମ ବିଜେତା ହୋଇଛନ୍ତି।

ଚଳିତବର୍ଷ ଆଇଏପିଏମ୍ଆର ଏହାର ୫୦ତମ ଗୌରବମୟ ବର୍ଷ ପାଳନ କରୁଛି। ଚଳିତ ବର୍ଷ ମାର୍ଚ୍ଚରେ ଦିଲ୍ଲୀରେ ଆୟୋଜିତ ଜାତୀୟ ଅନଲାଇନ୍‌ କୁଇଜ୍‌ ପ୍ରତିଯୋଗିତାରେ ଏମ୍‌ସ, ଭୁବନେଶ୍ବର ପ୍ରଥମ ସ୍ଥାନ ଅଧିକାର କରିଥିଲା। ବର୍ଣ୍ଣ ଏବଂ ପ୍ଲାଷ୍ଟିକ ସର୍ଜରି ବିଭାଗର ଆବାସିକ ଡାକ୍ତରୀ ଛାତ୍ର ଡ. କୌଶିକ ମହାଦିଗ ଏବଂ ଡ. ଏମ୍‌ ବିଷ୍ଣୁସ୍ବରୂପ ରେଡ୍ଡୀଙ୍କୁ ନେଇ ଗଠିତ ଟିମ୍ ପୁଣେସ୍ଥିତ ପ୍ରତିଷ୍ଠିତ ବିଜେ ସରକାରୀ ମେଡିକାଲ କଲେଜ ଏବଂ ସାସୁନ ଜେନରାଲ ହସ୍ପିଟାଲ ପକ୍ଷରୁ ଭାସ୍କୁଲାର ଆକ୍ସେସ ଅନ୍‌ ହେମାଡାୟଲିସିସ-୨୦୨୨ ସନ୍ଦର୍ଭରେ ଆୟୋଜିତ ତୃତୀୟ ଜାତୀୟ ସିଏମଇରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏମ୍‌ସ ଫୁସଫୁସ୍‌ ଏବଂ ଯକ୍ଷ୍ମା ବିଭାଗର ଆବାସିକ ଡାକ୍ତରୀ ଛାତ୍ର ଡା. ଦେବୋପମ ଚାଟାର୍ଜୀ, ଡା. ରୋହିତ ଶିରଗାଓଁକାର ପଲ୍ମୋକନ-୨୦୨୨ ଜାତୀୟ କୁଇଜ୍‌ରେ ପ୍ରଥମ ସ୍ଥାନ ଅଧିକାର କରି କୃତିତ୍ବ ହାସଲ କରିଛନ୍ତି। କୋଲକାତାସ୍ଥିତ ସିଆଇଆଇ ସୁରେଶ ନେଟିଆ ସେଣ୍ଟର୍‌ରେ ଇନଷ୍ଟିଚ୍ୟୁଟ ଅଫ ପଲ୍ମୋକେୟାର ଏବଂ ରିସର୍ଚ୍ଚ ଦ୍ବାରା ଆୟୋଜିତ ୨୦ ତମ ପଲ୍ମୋନାରି ମେଡିସିନ୍ ବାର୍ଷିକ କାର୍ଯ୍ୟକ୍ରମରେ ଏହା ଅନୁଷ୍ଠିତ ହୋଇଥିଲା। ଏହି ସଫଳତା ପାଇଁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ବାସ ସମସ୍ତ କୃତୀ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe