ଏଫ୍‍ଆଇଭିବି ବୈଠକରେ ଅଚ୍ୟୁତ

Advertisment
ଏଫ୍‍ଆଇଭିବି ବୈଠକରେ ଅଚ୍ୟୁତ

ଭୁବନେଶ୍ବର: ଫିଲିପାଇନ୍ସର ମାନିଲାଠାରେ ଗୁରୁବାରଠୁ ଆରମ୍ଭ ‌ହୋଇଥିବା ଅନ୍ତର୍ଜାତୀୟ ଭଲିବଲ୍‌ ମହାସଂଘ (ଏଫ୍‍ଆଇଭିବି)ର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଭାରତୀୟ ଭଲିବଲ୍‌ ସଂଘ (ଭିଏଫ୍‍ଆଇ)ସଭାପତି ଅଚ୍ୟୁତ ସାମନ୍ତ ଯୋଗଦେଇଛନ୍ତି। ପ୍ରଥମ ଥର ଲାଗି ଭିଏଫ୍‍ଆଇ ସଭାପତି ଭାବେ ଶ୍ରୀ ସାମନ୍ତ ଏଥିରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି। ଏଫ୍‍ଆଇଭିବିର ବାର୍ଷିକ ସାଧାରଣ ପରିଷଦ ବୈଠକ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୨୨୨ଟି ଦେଶର ଭଲିବଲ୍‍ ସଂଘ ସଭାପତି ଯୋଗ ଦେଇଛନ୍ତି।

ଏହି ଅବସରରେ ଶ୍ରୀ ସାମନ୍ତ ଏଫ୍‍ଆଇଭିବିର ସଭାପତି ଆରି ଗ୍ରାକା ଓ ମହାନିର୍ଦ୍ଦେଶକ ଫାବିଓ ଆଜେଭେଦୋଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ଶ୍ରୀ ସାମନ୍ତ ଭାରତରେ ଭଲିବଲକୁ ଲୋକପ୍ରିୟ କରାଇବା ସହ ଏହାର ବିକାଶ ଓ ପ୍ରସାର ନେଇ ଉଭୟଙ୍କ ସହ ଆଲୋଚନା କରିଥିଲେ। ଭାରତରେ ଭିଲବଲ୍‍ର ବିକାଶ ଦିଗରେ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଗ୍ରାକା ଓ ଫାବିଓ ଶ୍ରୀ ସାମନ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହା ବ୍ୟତୀତ ଭଲିବଲ ସଂଘର ସଭାପତିଙ୍କ ସହ ମଧ୍ୟ ଶ୍ରୀ ସାମନ୍ତ ସାକ୍ଷାତ ଆଲୋଚନା କରିଥିଲେ। କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଶ୍ରୀ ସାମନ୍ତ ଏହି ବୈଠକରେ ଗୋଟିଏ ଦିନ ଯୋଗ ଦେବେ ବୋଲି ଜଣାପଡ଼ିଛି। ଶ୍ରୀ ସାମନ୍ତଙ୍କ ସହ ଭାରତୀୟ ଭଲିବଲ୍‍ ସଂଘର ସହସମ୍ପାଦକ ତଥା ଓଡ଼ିଶା ଭଲିବଲ୍‍ ସଂଘର ସମ୍ପାଦକ ଗଗନେନ୍ଦୁ ଦାଶ ମଧ୍ୟ ମାନିଲା ଗସ୍ତରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe