ଏସିଡ୍‌ ପୀଡ଼ିତାଙ୍କୁ ନ୍ୟାୟ କେବେ?

Advertisment

ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଏସିଡ୍‌ ପୀଡ଼ିତାଙ୍କୁ ନ୍ୟାୟ କେବେ?

ଭୁବନେଶ୍ୱର : ଏସିଡ୍‌ ପୀଡ଼ିତାଙ୍କ ଚିକିତ୍ସାଠାରୁ ଆରମ୍ଭ କରି ଥଇଥାନ ପର୍ଯ୍ୟନ୍ତ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାନ୍ତି। ସେମାନେ ସବୁଠି ଅବହେଳିତ ଓ ନିଷ୍ପେଷିତ ହେଉଛନ୍ତି। ଆକ୍ରମଣର ଶିକାର ହୋଇଥିଲେ ମଧ୍ୟ ବର୍ଷ ବର୍ଷ ଧରି ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କୁ ନ୍ୟାୟ ପ୍ରଦାନ ଲାଗି ବାରମ୍ବାର ଦାବି ହେଉଛି। ବିଭିନ୍ନ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଉଛନ୍ତି। ତଥାପି ନ୍ୟାୟ ମିଳିପାରୁ ନାହିଁ।

ଏଭଳି ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଆଗେଇ ଆସିଛି ସ୍ୱେଚ୍ଛାସେବୀ ସଙ୍ଗଠନ ‘କନ୍ୟା ଅନମୋଲ ହେ’। ଏସିଡ୍‌ ପୀଡ଼ିତାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ସଂଗଠନ ପକ୍ଷରୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ଭେଟି ଦାବିପତ୍ର ଦିଆଯାଇଛି। ଏସିଡ୍‌ ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଓ ସେମାନଙ୍କୁ ଚିହ୍ନଟ କରି ଥଇଥାନ କରିବାକୁ ଦାବି କରାଯାଇଛି।

ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ସରୋଜ ଦାଶ ଓ ଆଇଏସ୍‌ଡିର ସଭାପତି ଶୁଭଶ୍ରୀ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମନ୍ତ୍ରୀ ଶ୍ରୀ ସାମଲଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଥିଲେ। ସେଠାରେ ଦାବିପତ୍ର ପ୍ରଦାନ ସହ ପୀଡ଼ିତାଙ୍କ ସମସ୍ୟା ନେଇ ଆଲୋଚନା ହୋଇଥିଲା। ଫାଷ୍ଟଟ୍ରାକ୍‌ କୋର୍ଟ ଜରିଆରେ ସମସ୍ତ ମାମଲାର ବିଚାର, ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ, ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଥଇଥାନ କେନ୍ଦ୍ର ‘କାଫେ’ ଖୋଲାଯାଉ। ସେଠାରେ ପୀଡ଼ିତାମାନଙ୍କୁ ମାଗଣା ଶିକ୍ଷା, ତାଲିମ ଦିଆଯାଇ ସ୍ୱାବଲମ୍ବୀ କରିବା ସହ ଯୋଗ୍ୟତା ଅନୁଯାୟୀ ସରକାରୀ ଚାକିରି ଦେବା, ମାଗଣା ଚିକିତ୍ସା ସହ କ୍ଷତିପୂରଣ ଅର୍ଥ ବଢ଼ାଇବା ଓ ଏସିଡ୍‌ ବିକ୍ରି ଆଇନ୍‌କୁ କଡ଼ାକଡ଼ି କରିବାକୁ ଦାବି କରାଯାଇଛି। ଏହି ସାକ୍ଷାତ ସମୟରେ ଏସିଡ୍‌ ପୀଡ଼ିତା ପ୍ରମୋଦିନୀ ରାଉଳଙ୍କ ସମେତ ସମାଜସେବୀ ଅମୀୟବାଳା ପରିଡ଼ା, ସରୋଜ ସାହୁ, ସାଗର ଦାସ, ଅର୍ଚ୍ଚନା କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe