ବାହାନଗା ଟ୍ରେନ୍ ଦୁର୍ଘଟଣା ପାଇଁ ରାଜ୍ୟ ପରିବହନ ବିଭାଗ ତତ୍ପର: ଭଡ଼ା ବଢ଼ାଉଥିବା ବସ୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Advertisment

୭୦ରୁ ଅଧିକ ବସ୍ ନିୟୋଜିତ

୭୦ରୁ ଅଧିକ ବସ୍ ନିୟୋଜିତ

ବାହାନଗା ଟ୍ରେନ୍ ଦୁର୍ଘଟଣା ପାଇଁ ରାଜ୍ୟ ପରିବହନ ବିଭାଗ ତତ୍ପର: ଭଡ଼ା ବଢ଼ାଉଥିବା ବସ୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Times of India

କଟକ: ବ‌ାହନଗା ଟ୍ରେନ୍ ଦୁର୍ଘଟଣ‌‌ାରେ ଆହତ ଓ ଫସି ରହିଥିବା ଯାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବସ୍ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଆର୍‌ଟିଓମାନଙ୍କୁ ବସ୍ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କଟକ ଆରଟିଓ ପକ୍ଷରୁ ୧୮ଟି ବସ୍ ନିୟୋଜିତ କରାଯାଇଥିବା ବେଳେ ଆର୍‌ଟିଓ ଭୁବନେଶ୍ବର ୧କୁ ୧୬ ବସ୍, ଯାଜପୁର ଆରଟିଓକୁ ୧୭ଟି ବସ୍, ବାଲେଶ୍ବର ଆରଟିଓକୁ ୮ଟି ବସ୍, ଭଦ୍ରକ ଆରଟିଓ ୭ଟି ବସ୍ ଓ ୧୧ଟି ବୋଲେରୋ ବ୍ୟବସ୍ଥା କରାଯାଇଛି।

ଏଥିସହ ଆଜି ପୁରୀ ସମେତ, ଭୁବନେଶ୍ବର, କଟକ ରେଳ ଷ୍ଟେସନରେ ଫସି ରହିଥିବା ଯାତ୍ରୀମାନଙ୍କ ପାଇଁ ବସ୍ ବ୍ୟବସ୍ଥା କ‌ରାଯାଇଛି। ପୁରୀରେ ଫସି ରହିଥିବା ପର୍ଯ୍ୟଟକମାନଙ୍କଠାରୁ କିଛି ବସ୍ ମାଲିକ ଅଧିକ ଭଡ଼ା ଆଦାୟ କରୁଥିବା ଖବର ପାଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ନିର୍ଦ୍ଦେଶକ୍ରମେ ପରିବହନ ଏହାର ତୁରନ୍ତ ତଦନ୍ତ ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଥି‌ଲେ। ପୁରୀ ଆରଟିଓ ପକ୍ଷରୁ ଚଢ଼ଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe