ଚଢ଼ାଦରରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ: ରେଟ ଚାର୍ଟ ମାରିବାକୁ ତାଗିଦ୍

Advertisment

ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବା‌ବେଳେ ଚଢ଼ାଦରରେ ଆଳୁ ବିକ୍ରି କରାଯାଉଥିବା ଅଭିଯୋଗ ଆଧାରରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। କଟକ ଛତ୍ରବଜାରର ବିଭିନ୍ନ ଦୋକାନ ଓ ଗୋଦାମରେ ଚଢ଼ଉ କରାଯାଇଛି। ସେହିପରି ଭୁବନେଶ୍ୱର ୪ ନମ୍ବର ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି...

ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବା‌ବେଳେ ଚଢ଼ାଦରରେ ଆଳୁ ବିକ୍ରି କରାଯାଉଥିବା ଅଭିଯୋଗ ଆଧାରରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। କଟକ ଛତ୍ରବଜାରର ବିଭିନ୍ନ ଦୋକାନ ଓ ଗୋଦାମରେ ଚଢ଼ଉ କରାଯାଇଛି। ସେହିପରି ଭୁବନେଶ୍ୱର ୪ ନମ୍ବର ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି...

8ammnxpa

ଭୁବନେଶ୍ବର: ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବା‌ବେଳେ ଚଢ଼ାଦରରେ ଆଳୁ ବିକ୍ରି କରାଯାଉଥିବା ଅଭିଯୋଗ ଆଧାରରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି।

କଟକ ଛତ୍ରବଜାରର ବିଭିନ୍ନ ଦୋକାନ ଓ ଗୋଦାମରେ ଚଢ଼ଉ କରାଯାଇଛି। ସେହିପରି ଭୁବନେଶ୍ୱର ୪ ନମ୍ବର ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। 

ଯୋଗାଣ ବିଭାଗ ଅଧିକାରୀ ରାଜଲକ୍ଷ୍ମୀ ପାତ୍ର କହିଛନ୍ତି, ଲୋକେ ଆଳୁ ଦର ବଢ଼ିଯିବା ଆଶଙ୍କାରେ ଲୋକେ ଅଧିକ ପରିମାଣର ଆଳୁ କିଣୁଛନ୍ତି। ଆଳୁ ବଜାରରେ ଆବଶ୍ୟକ ପରିମାଣରେ ଆଳୁ ମହଜୁଦ୍ ରହିଛି।

ଭୁବନେଶ୍ୱରରେ ଆଳୁ ୪୦ ଟଙ୍କାରୁ ଅଧିକ ଦରରେ ବିକ୍ରି କରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ଅଧିକାରୀ କହିଛନ୍ତି। ଭୁବନେଶ୍ୱର ୪ ନମ୍ବର ମାର୍କେଟରେ  ଚଢ଼ଉବେଳେ  ଯୋଗାଣ ଅଧିକାରୀ କହିଛନ୍ତି, ୪୦ ଟଙ୍କାରୁ ଅଧିକ ଦରରେ ଆଳୁ ବିକିଲେ ବିକ୍ରେତାଙ୍କୁ ପ୍ରଥମେ ନୋଟିସ ଦିଆଯିବ। ସେ ନୋଟିସରେ କ’ଣ ଜବାବ ଦେବେ ତାହା ଯାଞ୍ଚ୍ କରାଯିବ। ଏହାପରେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହିତ ବ୍ୟବସାୟୀଙ୍କୁ ରେଟ୍ ଚାର୍ଟ ଦୋକାନରେ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ସୋମବାର ସକାଳେ ଉତ୍ତରପ୍ରଦେଶରୁ ଗୋଟିଏ ଟ୍ରକ୍ ଆଳୁ କଟକ ଛତ୍ର ବଜାରରେ ପହଞ୍ଚିଥିବା ବେଳେ ୪ଟ୍ରକ୍ ଆଳୁ ପଶ୍ଚିମବଙ୍ଗରୁ ଆସି ପହଞ୍ଚିଛି। ସେହିପରି ଉତ୍ତରପ୍ରଦେଶରୁ ଭୁବନେଶ୍ୱର ଆଇଗିଣିଆ ଗୋଦାମରେ ୧୦ରୁ ୧୨ ଟ୍ରକ ଆଳୁ ଟ୍ରକ୍‌ ପହଞ୍ଚିଛି। 

ସୋମବାର ସକାଳେ କଟକ ଛତ୍ରବଜାରରେ ଆଳୁ କିଲୋଗ୍ରାମ ପିଛା ୫୦ ଟଙ୍କାରେ ବିକ୍ରି ହେଉଥିଲା। ଏନେଇ ଖବର ପ୍ରକାଶ ପାଇବା ପରେ କଟକ ଛତ୍ରବଜାରରେ ବିଭିନ୍ନ ଦୋକାନ ଓ ଗୋଦାମରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ଉତ୍ତରପ୍ରଦେଶରୁ ରାଜ୍ୟକୁ ୩୦୦ ଟ୍ରକ୍ ଆଳୁ ଆସି ପହଞ୍ଚିଥିବା କୁହାଯାଉଥିଲେ ମଧ୍ୟ ଛତ୍ରବଜାରରେ ଆଳୁ କିଲୋଗ୍ରାମ ପିଛା ୪୫ ଟଙ୍କାରେ ବିକ୍ରି ହେଉଛି। ଯୋଗାଣ ବିଭାଗ ଚଢ଼ଉ ପରେ ଆଳୁ ଦର ୫ ଟଙ୍କା କମି ୫୦ ଟଙ୍କାରୁ  ୪୫ ଟଙ୍କାରେ ବିକ୍ରି ହେଉଥିବା କୁହାଯାଉଛି।

ଅଧିକ ପଢ଼ନ୍ତୁ: ଘୁଷୁରିକୁ ଜିଅନ୍ତା ଖାଇବା ଘଟଣା: ଜଣେ ଗିରଫ

ସୋମବାର ସକାଳେ ୫ ଟ୍ରକ୍ ଆଳୁ ଗାଡ଼ି ପହଞ୍ଚିଛି। ଉତ୍ତର ପ୍ରଦେଶରୁ ଆସିଥିବା ଆଳୁର ଦର କୁଇଣ୍ଟାଲ ପ୍ରତି ୩୫ରୁ ୩୬ ଶହ ଟଙ୍କା ରହିଛି। 

ସେହିପରି ପଶ୍ଚିମବଙ୍ଗରୁ ଆସିଥିବା ଆଳୁ କୁଇଣ୍ଟାଲ ପ୍ରତି ୩୭ରୁ ୩୮ ଶହ ଟଙ୍କା ରହିଛି। ୧୦୦୦ କୁଇଣ୍ଟାଲ ଆଳୁ ଷ୍ଟ୍ରକ୍ ରହିଛି। ଅଧିକ ଟଙ୍କାରେ ଆଳୁ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଧିକ ପଢ଼ନ୍ତୁ: ୩ ବର୍ଷରେ ୧୨୫ କୋଟି ଲୁଟିଛନ୍ତି ସାଇବର ଲୁଟେରା: ମୁଖ୍ୟମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe