ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

Advertisment

ପ୍ରଥମ ଦିନ ୪୯ହଜାର ଜରିମାନା ଆଦାୟ

ପ୍ରଥମ ଦିନ ୪୯ହଜାର ଜରିମାନା ଆଦାୟ

ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ଭୁବନେଶ୍ବର : କୋଭିଡ୍‌ କଟକଣାକୁ କଡ଼ାକଡ଼ି କରିବାକୁ ତନାଘନା ଚଳାଇଛି କମିସନରେଟ୍‌ ପୁଲିସ। ଅନେକ ଲୋକ କୋଭିଡ୍‌ କଟକଣା ମାନୁ ନ ଥିବାରୁ ଏବେ କରୋନା ବ୍ୟାପିବା ଆଶଙ୍କା ବଢ଼ିଛି। ତେଣୁ ଗତକାଲି ସହରର କୋଣ ଅନୁକୋଣ ବୁଲି ପୁଲିସ ଲୋକମାନଙ୍କୁ କଟକଣା ନେଇ ସଚେତନ କରାଇଥିବାବେଳେ ଆଜି ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜୋରଦାର କରିଛି। ଚଢ଼ଉ କରିବା ପାଇଁ ଗଠିତ ସ୍ବତନ୍ତ୍ର ଟିମ୍ ସହରସାରା ଘୂରି ବୁଲି ଜରିମାନା ଆଦାୟ କରିଛି। ପ୍ରତ୍ୟେକ ଥାନା ଓ ପିସିଆର ଭ୍ୟାନ୍‌କୁ ଜରିମାନା ଆଦାୟ କରିବା ପାଇଁ ଟାର୍ଗେଟ୍‌ ଦିଆଯାଇଛି। ଆଜି ସ୍ବତନ୍ତ୍ର ଟିମ୍‌ ଓ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଥିବା ବେଳେ ଖୋଦ୍‌ ଡିସିପି ଉମାଶଙ୍କର ଦାଶ ବସ୍‌ଷ୍ଟାଣ୍ଡ, ସୁନା ଦୋକାନ, ମଲ୍‌ ଓ ବଡ଼ ବଡ଼ ପ୍ରତିଷ୍ଠାନ ବୁଲି ସ୍ଥିତି ପରଖିଛନ୍ତି। ସେ କହିଛନ୍ତି ଆଗକୁ କାର୍ଯ୍ୟାନୁଷ୍ଠାନ ଜୋରଦାର ହେବ। ଲୋକମାନେ ସଚେତନ ନ ହେଲେ କାର୍ଯ୍ୟାନୁଷ୍ଠାନର ଶିକାର ହେବେ। ଚଢ଼ଉ ବେଳେ କେତେକ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ କୋଭିଡ କଟକଣା କୋହଳ କରିଥିବା ପରିଲିକ୍ଷିତ ହୋଇଛି। ଏଣୁ ବ୍ୟବସାୟୀମାନେ ମଧ୍ୟ ସଚେତନ ହେବା ଜରୁରି ହୋଇ ପଡ଼ିଛି।

ପ୍ରଥମ ଦିନ ୪୯ହଜାର ଜରିମାନା ଆଦାୟ
ଭୁବନେଶ୍ବର : କୋଭିଡ-୧୯ କଟକଣା ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଠାରୁ ବିଏମ୍‌ସି ଆଜି ୪୯ହଜାର ୧୦୦ଟଙ୍କା ଜରିମାନା ଆଦାୟ କରିଛି। ଏଥିରେ ଦକ୍ଷିଣ-ପୂର୍ବ ଜୋନ୍‌ରେ ୨୫,୯୦୦ଟଙ୍କା, ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୧୩,୭୦୦ଟଙ୍କା, ଉତ୍ତର ଜୋନ୍‌ରେ ୯,୫୦୦ଟଙ୍କା ଜରିମାନା ଆଦାୟ ହୋଇଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ କୋଭିଡ କଟକଣା ମାନି ଦୋକାନ ଖୋଲିବାକୁ କୁହାଯାଇଛି। ହେଲେ କେତେକ ବ୍ୟବସାୟୀ ଏହାକୁ ମାନୁନାହାନ୍ତି। ତେଣୁ ବିଏମ୍‌ସି ପକ୍ଷରୁ ଜରିମାନା ଆଦାୟ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe