ଖଣ୍ଡଗିରି : ସୋମବାର ଭୋର୍ ପ୍ରାୟ ୪ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ବଜାର ଛକରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖୋର୍ଧା ମୁକୁନ୍ଦପ୍ରସାଦ ପୋଡ଼ାସାହିର ନିତ୍ୟାନନ୍ଦ ପଟ୍ଟନାୟକଙ୍କ ପୁଅ ସଞ୍ଜୀପ୍ତ(୩୪)। ଯାଁଳା ଫାଣ୍ଡି ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଖୋଜୁଛି। ସୂଚନାନୁସାରେ ସଞ୍ଜୀପ୍ତ ବିଭିନ୍ନ କମ୍ପାନିରେ ଗାଡ଼ି ଭଡ଼ା ଲଗାଇବା ବ୍ୟବସାୟରେ କାମ କରନ୍ତି। ଆଜି ଭୋର୍ ସମୟରେ ନିଜ ଆକ୍ଟିଭା (ଓଡି୦୨ଏମ୍-୬୪୧୦) ଯୋଗେ ଭୁବନେଶ୍ବରରରୁ ସେ ଘରକୁ ଫେରୁଥିଲେ। ଯାଁଳା ମେଡିକାଲ ଛକରେ ପହଞ୍ଚିଥିବାବେଳେ କୌଣସି ଏକ ଗାଡ଼ି ତାଙ୍କୁ ପଛରୁ ପିଟିଥିଲା। ଫଳରେ ତାଙ୍କ ଗାଡ଼ିଟି ଚୂରମାର ହୋଇ ଯାଇଥିଲା ଓ ସେ ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ତୁରନ୍ତ ତାଙ୍କୁ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ଅଜଣା ଗାଡ଼ି ଧକ୍କାରେ ଆକ୍ଟିଭା ଆରୋହୀ ମୃତ
Advertisment
Follow Us