ପଞ୍ଚୁକରେ ଏକାମ୍ରକ୍ଷେତ୍ର ଚଳଚଞ୍ଚଳ

Advertisment
ପଞ୍ଚୁକରେ ଏକାମ୍ରକ୍ଷେତ୍ର ଚଳଚଞ୍ଚଳ

ପୁରୁଣା ଭୁବନେଶ୍ୱର: ଆରମ୍ଭ ହୋଇଛି ପଞ୍ଚୁକ। ଏଥି ପାଇଁ ଏକାମ୍ରକ୍ଷେତ୍ରରେ ବିଭିନ୍ନ ଦେବଦେବୀ ମନ୍ଦିରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ଶ୍ରୀଲିଙ୍ଗରାଜ ମନ୍ଦିର ଓ ବାସୁଦେବ ମନ୍ଦିରରେ ହବିଷିଆଳିଙ୍କ ପୂଜା ସହ ଅନ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ଦେଖାଯାଇଛି। ଚଉଁରା ମୂଳେ ପୂଜା କରିବା ସହ ହବିଷିଆଳିମାନେ ଦିନ ତମାମ ପୂଜା ପାଠାରେ ସାମିଲ ହେଉଛନ୍ତି। ହବିିଷିଆଳିମାନେ ଭୋର ୪ଟାରୁ ଉଠି ସ୍ନାନ ଶେଷ କରିବା ପରେ ପ୍ରଥମେ ତୁଳସୀ ଗଛ ମୂଳେ ପୂଜାର୍ଚନା କରୁଛନ୍ତି। ପରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି। ସୂର୍ଯ୍ୟଙ୍କୁ ପାଣି ଦେଇ ତୁଳସୀ ପାଣି ପାଉଛନ୍ତି। ଦେହରେ ଓ ମୁଣ୍ଡରେ ଚିତା ତିଳକ ଲଗାଇ ଭାଗବତ ପାଠ କରୁଛନ୍ତି। ଏହା ପରେ ଅନନ୍ତ ବାସୁଦେବଙ୍କ ଦର୍ଶନ କରି ତୁଳସୀ ଚଉଁରା ମୂଳେ ମୁରୁଜ ପକାଉଛନ୍ତି। ସେମାନେ ମୁରୁଜରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ରାଧାକୃଷ୍ଣ, ଗରୁଡ଼ଙ୍କ ଚିତ୍ର ଆଙ୍କିବା ସହିତ ରାଧାକୃଷ୍ଣ ଓ ଶିବ ପାର୍ବତୀଙ୍କ ଫଟୋ ପୂଜା କରୁଛନ୍ତି। ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯାଇ ଦେବଦେବୀଙ୍କୁ ଦର୍ଶନ କରି ସଞ୍ଜ ବଳିତା ଦେଇ ଆଳତି କରୁଛନ୍ତି। ଶ୍ରୀଲିଙ୍ଗରାଜ ମନ୍ଦିରରେ ପଞ୍ଚୁକ ପାଇଁ ଭୋର ସାଢ଼େ ୬ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହେଉଛି। ଶ୍ରୀଅନନ୍ତ ବାସୁଦେବ ମନ୍ଦିରରେ ମଧ୍ୟ ସମାନ ଅବସ୍ଥା। ମନ୍ଦିର ଖୋଲିବା ପୂର୍ବରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ତେବେ ଆଜି ବଡ଼ ଏକାଦଶୀ ତଥି ଥିବାରୁ ଅବଢ଼ା ପାଇଁ ଶ୍ରୀ ଅନନ୍ତ ବାସୁଦେବ ମନ୍ଦିରରେ ପ୍ରବଳ ଭିଡ଼ ଜମିଥିଲା। ସେହିପରି ଏକାମ୍ରକ୍ଷେତ୍ରର ଅନ୍ୟାନ୍ୟ ମଠ ଓ ମନ୍ଦିରରେ ଆଜିଠୁ ହରିନାମ ସଂକୀର୍ତ୍ତନ ଓ ପ୍ରବଚନ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe