ଭୁବନେଶ୍ୱର: ଓଲିଉଡ୍ ସୁପରଷ୍ଟାର ବାବୁସାନ୍ ମହାନ୍ତି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି। ତାଙ୍କ ଶରୀରରେ ଅମ୍ଳଜାନ ସ୍ତର କମିଯାଇଛି। ସମ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଛି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦମନ’ର ପ୍ରମୋସନ୍ ପାଇଁ ସେ ଏକ ବାଇକ୍ ଯାତ୍ରାରେ ଯାଇଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା। ଅଧିକ ଚିକିତ୍ସା ଲାଗି ତାଙ୍କୁ ସମ୍ରେ ଭର୍ତ୍ତି କରାଯାଇଛି। ଏକ ସ୍ୱତନ୍ତ୍ର ୬ ଜଣିଆ ଡାକ୍ତରୀ ଟିମ୍ ଅଧୀନରେ ତାଙ୍କର ଚିକିତ୍ସା ଜାରି ରହିଛି। ୬ଦିନ ହେବ ତାଙ୍କ ଚିକିତ୍ସା ଚାଲିଛି। ହସ୍ପିଟାଲରେ ତାଙ୍କ ନିକଟରେ ପରିବାରବର୍ଗ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଅଛନ୍ତି।
ଅଭିନେତା ବାବୁସାନ୍ ଅସୁସ୍ଥ
Advertisment
Follow Us