ଅଭିନେତା ଏମ୍ ସୁମନଙ୍କ ଜାମିନ ଖାରଜ

Advertisment
ଅଭିନେତା ଏମ୍ ସୁମନଙ୍କ ଜାମିନ ଖାରଜ

Sakshi

ଭୁବନେଶ୍ବର : ସହ-ଅଭିନେତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ୨ଲକ୍ଷ ଟଙ୍କା ହଡ଼ପ କରିବା ଏବଂ ବିବାହ କରିବାକୁ କହି ଶାରୀରିକ ସଂପର୍କ ରଖିବା ଘଟଣାରେ ଶନିବାର ଦିନ ଭୁବନେଶ୍ବର ଏସ୍‌ଡିଜିଏମ୍ କୋର୍ଟ ଧାରାବାହିକ ଅଭିନେତା ଏମ୍. ସୁମନ କୁମାରଙ୍କ ଜାମିନ୍ ଖାରଜ କରିଛନ୍ତି। ସୁମନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଅଭିଯୋଗକାରିଣୀଙ୍କ ଏତଲାକୁ ମିଥ୍ୟା ବୋଲି ଦର୍ଶାଇଥିଲେ। ଯୁକ୍ତି ବାଢ଼ିଥିଲେ, ଅଭିଯୋଗକାରିଣୀ ସୁମନଙ୍କଠାରୁ ୪ ଲକ୍ଷ ଟଙ୍କା ଧାର ନେଇଥିଲେ। ଟଙ୍କା ମାଗିବାରୁ ସେ ଫାଙ୍କିଥିଲେ ଏବଂ ପରବର୍ତୀ ମୁହୂର୍ତ୍ତରେ ଅନଲାଇନ୍‌ରେ ଦେଢ଼ଲକ୍ଷ ଟଙ୍କା ଦେଇଥିଲେ। ଏପରିକି ଅଭିଯୋଗକାରିଣୀ ପୂର୍ବରୁ ସୌଭାଗ୍ୟ ରଂଜନ ବେହେରା ନାମକ ଜଣେ ଯୁବକଙ୍କୁ ବ୍ଲାକମେଲ୍ କରି ଥାନାରେ ଅଭିଯୋଗ କରିଥିଲେ।

ଅପରପକ୍ଷରେ ଅତିରିକ୍ତ ପିପି ଡ. ସୁରେଶ ଚନ୍ଦ୍ର ବାରିକ ଯୁକ୍ତି ବାଢ଼ିଥିଲେ ଯେ ଅଭିନେତା ସୁମନ ଯୁବତୀଙ୍କ ସହ ଗତ ୨ବର୍ଷ ହେଲା ଲିଭ୍‌-ଇନ୍‌ରେ ରହିଥିଲେ। ବିବାହ କରିବାକୁ କହି ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ ଏବଂ ୨ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ। ଅଭିଯୋଗକାରିଣୀ ଯେତେବେଳେ ବିବାହ କଥା ଉଠାଇଥିଲେ, ସୁମନ ତାଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଏପରିକି ସିଆର୍‌ପିସି ୧୬୧ରେ ବୟାନ ହୋଇଥିବା ରେକର୍ଡରେ ଅଭିଯୋଗକାରିଣୀ ସ୍ପଷ୍ଟ ଭାବେ କହିଛନ୍ତି, ସୁମନ ବିବାହ କରିବାକୁ କହି ତାଙ୍କ ସହ ଜୋରଜବରଦସ୍ତ ଶାରୀରିକ ସଂପର୍କ ରଖିଛନ୍ତି। ଏହା ଏକପ୍ରକାରର ଦୁଷ୍କର୍ମ ଆଡ଼କୁ ଇଙ୍ଗିତ କରୁଛି। ତେଣୁ ମାମଲାର ପୂରା ତଦନ୍ତ ନ ସରିବା ପର୍ଯ୍ୟନ୍ତ ଜାମିନ ଆବେଦନ ଖାରଜ କରିବାକୁ ଶ୍ରୀ ବାରିକ ଯୁକ୍ତି ବାଢ଼ିଥିଲେ। ଏହି ଆଧାରରେ ସୁମନଙ୍କ ଜାମିନ୍‌ ଖାରଜ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe