ଅଭିନେତା ଅନୁଭବଙ୍କ ନକଲି ଇନ୍‌ଷ୍ଟାଗ୍ରାମ୍ ମାମଲା: ଦିଲ୍ଲୀରୁ ଧରାପଡ଼ିଲା ଧୂର୍ତ୍ତ ଭୀଷ୍ମ ମହନ୍ତ

Advertisment

ଓଲିଉଡ୍‌ ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ନକଲି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଖୋଲି କର୍କଟ ପୀଡ଼ିତାଙ୍କ ଚିକିତ୍ସା ପାଇଁ ଟଙ୍କା ମାଗୁଥିବା ମାମଲାର ପର୍ଦ୍ଦାଫାସ କରିଛି କଟକ ସାଇବର ପୁଲିସ।

ଓଲିଉଡ୍‌ ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ନକଲି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଖୋଲି କର୍କଟ ପୀଡ଼ିତାଙ୍କ ଚିକିତ୍ସା ପାଇଁ ଟଙ୍କା ମାଗୁଥିବା ମାମଲାର ପର୍ଦ୍ଦାଫାସ କରିଛି କଟକ ସାଇବର ପୁଲିସ।

sfhfhfhfsh

କଟକ: ଓଲିଉଡ୍‌ ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ନକଲି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଖୋଲି କର୍କଟ ପୀଡ଼ିତାଙ୍କ ଚିକିତ୍ସା ପାଇଁ ଟଙ୍କା ମାଗୁଥିବା ମାମଲାର ପର୍ଦ୍ଦାଫାସ କରିଛି କଟକ ସାଇବର ପୁଲିସ। ଦିଲ୍ଲୀସ୍ଥିତ ସାଇବର୍ ଠକଙ୍କ ଏକ କଲ୍ ସେଣ୍ଟରରୁ ଛତିଶଗଡ଼ କୋବ୍ରା ଜିଲ୍ଲା ଧୂର୍ତ୍ତ ଦୀପିକାର ଭୀଷ୍ମ ମହନ୍ତ(୨୪)କୁ ଗିରଫ କରାଯାଇଛି। ତା’ ନିକଟରୁ ୧୮ଟି ଇନ୍‌ଷ୍ଟାଗ୍ରାମ ସ୍କ୍ରିନସଟ୍ ସହିତ ଗୋଟିଏ ମୋବାଇଲ୍ ଫୋନ୍, ତିନୋଟି ସିମ୍ କାର୍ଡ ଜବତ ହୋଇଛି ବୋଲି ସାଇବର ଥାନା ଆଇଆଇସି ରଶ୍ମିତା ଜେନା ସୂଚନା ଦେଇଛନ୍ତି। ସେ ମଧ୍ୟ ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାଁଙ୍କ ନାଁରେ ଆକାଉଣ୍ଟ ଖୋଲି ଟଙ୍କା ମାଗିଥିବା ତଦନ୍ତରୁ ଜଣାପଡ଼ିଛି। 

୨୦୨୨ ଅକ୍ଟୋବର ୧୬ରେ ଅନୁଭବଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ବ୍ଲକ୍ ହୋଇଥିବା ନେଇ କଟକ ସାଇବର୍ ଥାନାରେ ଅଭିଯୋଗ ହୋଇଥିଲା। କେହି ସାଇବର୍ ଠକ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ବ୍ଲକ୍‌ କରିବା ସହିତ ଅନ୍ୟ ଏକ ନକଲି ଇନ୍‌ଷ୍ଟାଗ୍ରାମ୍‌ ଓ ଫେସବୁକ୍‌ ଆକାଉଣ୍ଟ ଖୋଲି ଜଣେ କର୍କଟ ପୀଡ଼ିତା ନାବାଳିକାଙ୍କ ଚିକିତ୍ସା ପାଇଁ ଟଙ୍କା ମାଗୁଥିଲା। ଏହି ପୋଷ୍ଟ ଦେଖିବା ପରେ ଅନୁଭବଙ୍କର ୬ଜଣ ପ୍ରଶଂସକ ଟଙ୍କା ପଠାଇଥିଲେ। କିନ୍ତୁ ଅନୁଭବ ଏହା ଜାଣିବା ପରେ ସାଇବର୍ ଥାନାରେ ଅଭିଯୋଗ କରିଥିଲେ। ସାଇବର୍ ଥାନା ପୁଲିସ ଏହି ମାମଲାର ଖୋଳତାଡ଼ କରି ଭୀଷ୍ମ ମହନ୍ତକୁ ଠାବ କରିଥିଲା। ସେ ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ, ଓଲିଉଡ୍ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ, ଭୂମିକା ଦାସ, ଗାୟିକା ଅସୀମା ପଣ୍ଡା ଆଦିଙ୍କ ନାଁରେ ଆକାଉଣ୍ଟ ଖୋଲିଥିଲା। ନେହା ନାମରେ ଜଣେ ନାବାଳିକାର ଫଟୋ ଲଗାଇ ତାକୁ କର୍କଟ ପୀଡ଼ିତା ବୋଲି ଦର୍ଶାଇଥିଲା ଏବଂ ନିଜକୁ ତା’ର ବାପା ବୋଲି ପରିଚୟ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe