ବିଏମ୍‌ସିରେ ପ୍ରଥମ: ଅତିରିକ୍ତ କମିସନର ହେଲେ ‘ଗାର୍ଡିଆନ୍‌ ଅଫିସର’

Advertisment

ବିଭାଗୀୟ ସମନ୍ବୟ ମୂଳ ଲକ୍ଷ୍ୟ

ବିଭାଗୀୟ ସମନ୍ବୟ ମୂଳ ଲକ୍ଷ୍ୟ

ସରକାରୀ ଘର ଭଡ଼ାରେ ଲଗାଇ ବସ୍ତିରେ ମାଲିକ ପ୍ରସଙ୍ଗ: ବିଦା ହେଲେ ୩୧ ଭଡ଼ାଟିଆ

ଭୁବନେଶ୍ବର : ସମନ୍ବୟ ଅଭାବରୁ ଅନେକ ଉନ୍ନତିମୂଳକ କାର୍ଯ୍ୟ ଫେଲ୍‌ ମାରେ। ହିତାଧିକାରୀ ପାଖରେ ଯୋଜନା ପହଞ୍ଚି ପାରେନାହିଁ। ଯେଉଁଥିପାଇଁ କର୍ତ୍ତୃପକ୍ଷ ନିନ୍ଦିତ ହୁଅନ୍ତି। ଯୋଜନାର ଲକ୍ଷ୍ୟ ମଧ୍ୟ ସାଧନ ହୁଏ ନାହିଁ। ଏଭଳି ଅବସ୍ଥାକୁ ଆଖିଆଗରେ ରଖି ବିଏମ୍‌ସି ପ୍ରଥମ ଥର ପାଇଁ ତିନୋଟି ଜୋନ୍‌ରେ ତିନିଜଣ ଅତିରିକ୍ତ କମିସନରଙ୍କୁ ଭିନ୍ନ ଭିନ୍ନ ଜୋନ୍‌ର ଗାର୍ଡିଆନ୍‌ ଅଫିସର ଭାବେ ନିଯୁକ୍ତ କରିଛି। ଏମାନେ କ’ଣ କାମ କଲେ ତାହାର ରିପୋର୍ଟ ମାସକୁ ଦୁଇଥର ଦାଖଲ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି କମିସନର ବିଜୟ ଅମୃତା‌ କୁଲାଙ୍ଗେ। ଏଭଳି ନିଯୁକ୍ତି ପରେ ପ୍ରତ୍ୟେକ ଜୋନ୍‌ରେ ଉନ୍ନୟନମୂଳକ କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି। ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଉତ୍ତର ଜୋନ୍‌ ଦାୟିତ୍ବ ମିଳିଥିବା ବେଳେ ବିନୟ କୁମାର ଦାସଙ୍କୁ ଦକ୍ଷିଣ ଜୋନ୍‌ ଓ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ଦକ୍ଷିଣ ପୂର୍ବ ଜୋନ୍‌ ଦାୟିତ୍ବ ଦିଆଯାଇଛି। ଏହି ‘ଗାର୍ଡିଆନ୍‌ ଅଫିସର’ମାନେ ସେହି ଜୋନ୍‌ରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟକୁ ନିୟମିତ ଯାଞ୍ଚ କରିବେ। କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଧାର୍ଯ୍ୟ ହୋଇଥିବା ସମୟ ସୀମାରେ ‌ଯେଭଳି କାମ ସରିବ ତାହା ସେମାନେ ନିଶ୍ଚିତ କରିବେ। ଧାର୍ଯ୍ୟ ସମୟରେ ନ ସରିବା ଭଳି ଆଶଙ୍କା ଉପୁଜିଲେ ତାହାର କାରଣ ଖୋଜିବେ ଏବଂ ତୁରନ୍ତ ସମାଧାନ କରିବେ। ଏଥିସହ ଅନ୍ୟ ଲାଇନ୍‌ ବିଭାଗଗୁଡ଼ିକ ସହ ସମନ୍ବୟ ରକ୍ଷା କରି‌ବେ। ଫଳରେ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ବିନା ବାଧାରେ ଶେଷ ହୋଇ ପାରିବ। ଏହି ଅଧିକାରୀମାନେ ପରିମଳ ବ୍ୟବସ୍ଥା ଉପରେ କଡ଼ା ନଜର ରଖିବେ।

ପ୍ରତ୍ୟେକ ଜୋନ୍‌ରେ ଏବେ ଜବରଦଖଲ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଯାହା ବିଏମ୍‌ସିର ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଣୁ ଏହି ଅଧିକାରୀମାନେ ଜବରଦଖଲ ଉଚ୍ଛେଦ କରିବେ। ଉଚ୍ଛେଦ ହେବା ପରେ ଏହା ଯେଭଳି ପୁନର୍ବାର ଜବରଦଖଲ ନ ହୁଏ ତାହା ଉପରେ ନଜର ରଖିବେ। ସର୍ବୋପରି, ପ୍ରତ୍ୟେକ ଜୋନ୍‌ ଯେଭଳି ଜବରଦଖଲ ମୁକ୍ତ ରୁହେ ତାହାକୁ ଅଧିକାରୀମାନେ ନିଶ୍ଚିତ କରିବେ। ସେହିଭଳି ଷ୍ଟ୍ରିଟ୍‌ ଲାଇଟ୍‌ ପ୍ରସଙ୍ଗରେ ଥିବା ସମସ୍ତ ସମସ୍ୟାର ସମାଧାନ କରିବେ। ନିୟମିତ ଏହି ବ୍ୟବସ୍ଥାକୁ ସମୀକ୍ଷା କରି ନୂଆ ଲାଗିବା ହେଉ ବା ମରାମତି ହେଉ ତାହା କରାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe