ଭୁବନେଶ୍ବର: କେନ୍ଦ୍ର ଓ ରାଜ୍ୟ ସରକାର ସରକାରୀ କାମରେ ଆଧାର କାର୍ଡକୁ ପରିଚୟର ଏକ ଜରୁରି କାଗଜପତ୍ର ଭାବେ ଧରୁଛନ୍ତି। ଏଣୁ ବିଦ୍ୟାଳୟରେ ନାମ ଲେଖା ହେଉ କି ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ସବୁଠି ଆଧାର କାର୍ଡ ଏକ ଜରୁରି ପରିଚୟପତ୍ର ହୋଇଯାଇଛି। ନୂଆ ଶିକ୍ଷା ନୀତି ଆସିବା ପରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଅପାର(ଅଟୋମେଟେଡ୍ ପର୍ମାନେଣ୍ଟ ଏକାଡେମିକ୍ ଆକାଉଣ୍ଟ ରେଜିଷ୍ଟ୍ରି) ଓ ପେନ୍(ପର୍ମାନେଣ୍ଟ ଏନ୍‌ରୋଲ୍‌ମେଣ୍ଟ୍‌ ନମ୍ବର) ଆଇଡି ବାଧ୍ୟତାମୂଳକ କରାଯାଇଛି। ଯେଉଁଥିରେ ପରିଚୟପତ୍ର ଭାବେ ଆଧାରକାର୍ଡ ବି ଅତ୍ୟନ୍ତ ଜରୁରି। ଆଧାରକାର୍ଡ ବିନା ଏହି ଆଇଡି ଖୋଲି ପାରିବନି। ସେପଟେ ନିଟ୍‌ ଓ ଅନ୍ୟ ପ୍ରବେଶିକା ପରୀକ୍ଷା ପାଇଁ ବି ଆଧାରକାର୍ଡ ବାଧ୍ୟତାମୂଳକ କରାଯାଉଛି। ଏଣୁ ପ୍ରତିଦିନ ଆଧାର କେନ୍ଦ୍ରରେ ନୂଆ ଆଧାର କାର୍ଡ ଅବା ନାମ ସଂଶୋଧନ ପାଇଁ ଭିଡ଼ ଜମୁଛି। କିନ୍ତୁ ସଂଶୋଧନ ବେଳେ ଲୋକଙ୍କୁ ନାକେଦମ ହେବାକୁ ପଡ଼ୁଛି। ବାରମ୍ବାର ଏ କାର୍ଯ୍ୟାଳୟକୁ ସେ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ୁଛି।

Advertisment

ଓକାକ୍‌ରେ ନାକ ରଗଡ଼ି ଦେଉଛନ୍ତି
ବିଦ୍ୟାଳୟରେ ନାମ ଲେଖାଇ ପାରୁନାହାନ୍ତି
ଖୋଲି ପାରୁନାହାନ୍ତି ବ୍ୟାଙ୍କ ଆକାଉଣ୍ଟ
ବାରମ୍ବାର ସଂଶୋଧନ ପରେ ବି ରହୁଛି ତ୍ରୁଟି

ଓକାକ୍‌ କର୍ମଚାରୀ ନିଖୋଜ, ୩ ଦିନ ହେଲା ପତ୍ତା ମିଳୁନି

Cyclone likely on 27th: ସମୁଦ୍ରରେ ବିକଶିତ ହେଉଛି ଦୁଇଟି ସିଷ୍ଟମ୍‌: ୨୭ରେ ବାତ୍ୟା ସୃଷ୍ଟି ଆଶଙ୍କା

ଜିଲ୍ଲାରେ ଯାହା ସ୍ଥିତି, ଆଧାର କେନ୍ଦ୍ରର ମୁଖ୍ୟ କାର୍ଯ୍ୟାଳୟରେ ବି ସମାନ ସ୍ଥିତି। ପ୍ରତିଦିନ ଆଚାର୍ଯ୍ୟ ବିହାରସ୍ଥିତ ଓକାକ୍ ଟାୱାରରେ ଥିବା ୟୁଆଇଡିଏଆଇ ରାଜ୍ୟ ମୁଖ୍ୟାଳୟରେ ଆଧାର ସଂଶୋଧନ ପାଇଁ ଶହ ଶହ ଲୋକଙ୍କ ଭିଡ଼ ଲାଗୁଛି। କିନ୍ତୁ ଲୋକଙ୍କୁ ନିରାଶ ହେବାକୁ ପଡ଼ୁଛି। ଭୁବନେଶ୍ବରରେ ଯେଉଁମାନେ ରହୁଛନ୍ତି ସେମାନଙ୍କ କଥା ଭିନ୍ନ, କିନ୍ତୁ ମୟୁରଭଞ୍ଜ, ଅନୁଗୁଳ, କୋରାପୁଟ, ମାଲକାନାଗିରି ଭଳି ଜିଲ୍ଲାରୁ ଆସୁଥିବା ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଉଭୟ ଆର୍ଥିକ ଓ ମାନସିକ ପୀଡ଼ା ପାଉଛନ୍ତି। ସେପଟେ ବାରମ୍ବାର ସଂଶୋଧନ ପରେ ବି ଆଧାରକାର୍ଡରେ ତ୍ରୁଟି ରହୁଛି। ଲୋକଙ୍କୁ ଶୋଷଣ ପାଇଁ ଜାଣତରେ ଏଭଳି ଉଦ୍ଦେଶ୍ୟମୂଳକ ତ୍ରୁଟି କରାଯାଉଛି କି ଅନ୍ୟ କିଛି ବ୍ୟତିକ୍ରମ ରହିଛି, ତାହା ତଦନ୍ତସାପେକ୍ଷ ବୋଲି ଆବେଦନକାରୀମାନେ ଅଭିଯୋଗ କରିଛନ୍ତି। ଅନୁଗୋଳ ଜିଲ୍ଲା ତାଳଚେରରୁ ଆଧାର ସଂଶୋଧନ ପାଇଁ ଓକାକ୍ ଟାୱାରସ୍ଥିତ ୟୁଆଇଡିଏଆଇ ମୁଖ୍ୟ କାର୍ଯ୍ୟାଳୟକୁ ଆସିଥିବା ସବିତା ଧୀର ଅଭିଯୋଗ କରିଛନ୍ତି, କଲେଜରେ ପଢ଼ୁଥିବା ତାଙ୍କ ଝିଅ ନିଟ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ବ୍ୟାଙ୍କ ଖାତା ଖୋଲିବା ସହ ନିଟ୍ ଆବେଦନ ପାଇଁ ଆଧାରକାର୍ଡ ଆବଶ୍ୟକ ହେବାରୁ ସେ ଆଧାରକାର୍ଡ ସଂଶୋଧନ ପାଇଁ ଆସିଥିଲେ। ଝିଅର ସାଙ୍ଗିଆ ନାମ ଶତପଥୀର ଇଂରାଜୀ ଉଚ୍ଚାରଣ ଭୁଲ୍ ଥିବାରୁ ଏହାର ସଂଶୋଧନ ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କୁ ତିନି ମହଲା, ଦୁଇମହଲାକୁ ଯାଅ କରି ବହୁ ଦୌଡ଼ାଇବା ପରେ ସଂଶୋଧନ ହୋଇପାରିବନି କହି ଫେରାଇ ଦିଆଯାଇଥିଲା। ପୂର୍ବରୁ ବ୍ଲକ୍‌ରେ ଆଧାର କେନ୍ଦ୍ରରେ ସାଙ୍ଗିଆ ନାମ ସଂଶୋଧନ ପାଇଁ ଆବେଦନ କରିଥିଲେ। କିନ୍ତୁ ଏକାଧିକ ଥର ଆବେଦନ ପରେ ବି ସାଙ୍ଗିଆ ନାମ ପୂର୍ବଭଳି ତ୍ରୁଟିପୂର୍ଣ୍ଣ ରହିଥିଲା। ଏଣୁ ଶେଷ ଆଶାରେ ଭୁବନେଶ୍ବର ମୁଖ୍ୟାଳୟକୁ ଆସିଥିଲେ। ଏଠାରୁ ବି ନିରାଶ ହେବାକୁ ପଡ଼ିଲା ବୋଲି ଶ୍ରୀମତୀ ଧୀର ଦୁଃଖର ସହ କହିଛନ୍ତି। ସମାନ ଅଭିଯୋଗ କରିଛନ୍ତି ଆଧାରକାର୍ଡ ସଂଶୋଧନ ପାଇଁ ଖୋର୍ଦ୍ଧା ଜିଲ୍ଲା ଓ ଜିଲ୍ଲା ବାହାରୁ ଆସି ଅପେକ୍ଷାରେ ଥିବା ଅନ୍ୟ ବ୍ୟକ୍ତିମାନେ। ମାସ ମାସ ଦୌଡ଼ିବା ପରେ ବି ସେମାନଙ୍କ ଆଧାରକାର୍ଡ ସଂଶୋଧନ ହୋଇପାରୁନି ବୋଲି ଅଭିଯୋଗ କରିଛନ୍ତି। ଏଣୁ ରାଜ୍ୟ ସରକାର ଉଭୟ ଜିଲ୍ଲା ଓ ରାଜ୍ୟସ୍ତରରେ ଏଭଳି ଅବ୍ୟବସ୍ଥା ଉପରେ ଗୁରୁତ୍ବର ସହ ବିଚାର କରିବାକୁ ସମସ୍ତେ ଦାବି କରିଛନ୍ତି।