ଭୁବନେଶ୍ୱର : ମାନବପ୍ରେମୀ ଆଦିତ୍ୟ ସୁନ୍ଦର ଦାଶ ମୃତ୍ୟୁ ମାମଲାକୁ ଆସନ୍ତାକାଲି (ସୋମବାର) ଦୁଇମାସ ପୂରିବାକୁ ଯାଉଛି। କିନ୍ତୁ ମୃତ୍ୟୁ ପରଠାରୁ ଏହି ମାମଲା ଯେଉଁଠି ଥିଲା, ଏବେ ବି ମୋଟାମୋଟି ସେଇଠି। ନା ରେଳବାଇ ପୁଲିସ୍, ନା କ୍ରାଇମବ୍ରାଞ୍ଚ; ଏପର୍ଯ୍ୟନ୍ତ କେହି ବି ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟକୁ ଭେଦ କରିପାରିନାହାନ୍ତି। ଏପରିକି ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହାର ଚିତ୍ର ବି ସ୍ପଷ୍ଟ ହୋଇପାରିନାହିଁ। ଏପରିସ୍ଥଳେ ଆସନ୍ତାକାଲି ପତ୍ନୀ ବିଦ୍ୟାଶ୍ରୀଙ୍କ ସମେତ ଆଦିତ୍ୟଙ୍କ ୩ ବନ୍ଧୁଙ୍କ ପଲିଗ୍ରାଫ ଟେଷ୍ଟ ବା ମିଛଧରା ରିପୋର୍ଟ ଆସିବ ବୋଲି ସୂଚନା ମିଳିଛି। ରିପୋର୍ଟ କୋର୍ଟରେ ଗ୍ରହଣୀୟ ହୋଇନଥିଲେ ହେଁ ଏଥିରୁ କ୍ରାଇମ୍ବ୍ରାଞ୍ଚକୁ ତଦନ୍ତରେ ସହାୟତା ମିଳିବ ବୋଲି କୁହାଯାଉଛି। ପଲିଗ୍ରାଫ୍ ଟେଷ୍ଟରେ କିଏ ଓ କେଉଁ ପ୍ରଶ୍ନର ଉତ୍ତର ମିଛ କହିଛି, ତାହା ଜଣାପଡ଼ିବା ପରେ କ୍ରାଇମ୍ବ୍ରାଞ୍ଚ ସେ ଦିଗ ପ୍ରତି ଅଧିକ ତନାଘନା କରିବ। ତେଣୁ ଏନେଇ ଏବେ ଆଦିତ୍ୟଙ୍କ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ତେବେ ତଦନ୍ତର ଅଗ୍ରଗତି ସଂପର୍କରେ କ୍ରାଇମ୍ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ବେଶି କିଛି କହିବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି, ମାମଲାର ତଦନ୍ତ ଜାରି ରହିଥିବାରୁ ଏହା ଉପରେ କିଛି କହିବା ଏବେ ସମ୍ଭବ ନୁହେଁ।
ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ଆଜି ଆସିବ ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟ
Advertisment
Follow Us