ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା: ବାଲେଶ୍ୱରର ବିସ୍ମିତ କହିଲେ, ‘ଆଦିତ୍ୟଙ୍କୁ ଏକତରଫା ପ୍ରେମ କରୁଥିଲେ ସାଇକୋ ଲେଡି’

ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା: ବାଲେଶ୍ୱରର ବିସ୍ମିତ କହିଲେ, ‘ଆଦିତ୍ୟଙ୍କୁ ଏକତରଫା ପ୍ରେମ କରୁଥିଲେ ସାଇକୋ ଲେଡି’

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବାବେଳେ ‘ସାଇକୋ ଲେଡି’ ସସପେନ୍‌ସ ବି ଜାରି ରହିଛି । ଗତକାଲି ଏହି ଘଟଣାରେ ଜଣେ ସାଇକୋ ଲେଡିଙ୍କ ହାତ ରହିଥିବା କଥା ମୃତ ଆଦିତ୍ୟ ଦାଶଙ୍କ ବାପା କହିବା ପରେ, ଘଟଣାକୁ ନେଇ ନୂଆ ଚର୍ଚ୍ଚା ସାମ୍ନାକୁ ଆସିଥିଲା।

ଆଦିତ୍ୟ ମୃତ୍ୟୁ ପଛରେ ଜଣେ ସାଇକୋ-ଲେଡିଙ୍କ ହାତ ରହିଛି। ସେ ଆଦିତ୍ୟଙ୍କୁ ଏକତରଫା ପ୍ରେମ କରୁଥିଲେ, ବିବାହ କରିବା ପାଇଁ ଚାପ ପକାଉଥିଲେ। ଆଦିତ୍ୟ ମନା କଲେ ବ୍ଲାକମେଲ୍‌ କରୁଥିଲେ। ଆଦିତ୍ୟଙ୍କ ବାହାଘର ହେବା ପରେ ଯୁବତୀଜଣଙ୍କ ପ୍ରତିଶୋଧ ପରାୟଣ ହୋଇଯାଇଥିଲେ। ତେଣୁ ସେ ହିଁ ଆଦିତ୍ୟଙ୍କୁ ହତ୍ୟା କରିଛି କିମ୍ବା କାହା ଜରିଆରେ କରାଇଛି। ଏ ସଂପର୍କରେ ବାରମ୍ବାର ସୂଚନା ଦେବା ପରେ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କଲା ନାହିଁ। ତେଣୁ ବାଧ୍ୟ ହୋଇ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହେଲୁ। ଆଦିତ୍ୟଙ୍କ ବାପା ନନ୍ଦିକିଶୋର ଗତକାଲି ଗଣମାଧ୍ୟମକୁ ଏପରି ସୂଚନା ଦେବା ପରେ ହଇଚଇ ସୃଷ୍ଟି ହୋଇଛି।

ତେବେ ଏହି  ଘଟଣାକୁ ନେଇ  ପ୍ରଥମ ଥର ପାଇଁ ବାଲେଶ୍ୱରର ବିସ୍ମିତ ମୁହଁ ଖୋଲି କହିଛନ୍ତି, ଆଦିତ୍ୟଙ୍କ ମୃତ୍ୟୁ ପଛରେ ସେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କ୍ରାଇମବ୍ରାଂଚ ତଦନ୍ତ କଲେ ଅଧିକ ତଥ୍ୟ ପଦାକୁ ଆସିପାରିବ। ଯଦି କ୍ରାଇମବ୍ରାଞ୍ଚ କିଛି ନ କରେ ତେବେ ୨ ଦିନ ଭିତରେ ସାଇକୋ ଲେଡିଙ୍କ  ସବୁ ସତ ସାମ୍ନାକୁ ଆଣିବେ ବୋଲି ବିସ୍ମିତ ଗଣମାଧ୍ୟକୁ କହିଛନ୍ତି।

ଆଦିତ୍ୟ ବାପାଙ୍କ ଅଭିଯୋଗ ପରେ ଏବେ ମୁହଁ ଖୋଲିଛନ୍ତି ସହଯୋଗୀ ବିକାଶ ।  ବିକାଶ କହିଛନ୍ତି, ସାଇକୋ ଲେଡି ବୋଲି ଯାହାଙ୍କୁ କୁହାଯାଉଛି, ସେ ସାଇକୋ କି ନୁହେଁ ସେ ଜାଣିନାହାନ୍ତି । କିନ୍ତୁ ସେ ବାଲେଶ୍ୱରର ଝିଅ । ଉଭୟଙ୍କ ପକ୍ଷରୁ ସହମତିରେ ସଂପର୍କ ଥିଲା । ସେହି ଝିଅ ସହ ୬,୭ ମାସ ତଳେ କଥା ହୋଇଥିଲେ । ଆଦିତ୍ୟ ସେହି ଝିଅ ସହ ତାଙ୍କୁ କଥା କରାଇଥିବା ବିକାଶ କହିଛନ୍ତି ।

ଏପରିକି ‘ସାଇକୋ ଲେଡି’ କୁହାଯାଉଥିବା ସେହି ଝିଅ ଆଶ୍ରମକୁ ଆସିଥିଲେ। ସେଠାରେ ତାଙ୍କ ସହ ଦେଖାହୋଇଥିଲା । ଆଦିତ୍ୟଙ୍କୁ କେହି ଧମକ ଦେଇନାହାନ୍ତି। କେହି ଧମକ ଦେଇଥିଲେ ସେ ଜାଣିଥାନ୍ତେ । ଏହା ସହିତ ବିସ୍ମିତ କିଏ ବୋଲି ବିକାଶ ଜାଣି ନ ଥିବା କହିଛନ୍ତି ।

ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ଖୋଳତାଡ କରୁଥିବା ବେଳେ, ଦୁଇ ବନ୍ଧୁ ବିକାଶ ଓ ପପୁ ଏବଂ ପତ୍ନୀ ବିଦ୍ୟାଶ୍ରୀଙ୍କ ପଲିଗ୍ରାଫ ଟେଷ୍ଟ ସରିଥିବା ବେଳେ ଏବେ ସାମନାକୁ ଜଣେ ରହସ୍ୟମୟୀ ମହିଳାଙ୍କ ଭୂମିକା ଆସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe