ଆଦିତ୍ୟ ମୃତ୍ୟୁ ମାମଲା: ଓକିଲଙ୍କୁ ଧମକ

ଆଦିତ୍ୟ ମୃତ୍ୟୁ ମାମଲା: ଓକିଲଙ୍କୁ ଧମକ

ଭୁବନେଶ୍ବର: ମାନବପ୍ରେମୀ ଆଦିତ୍ୟ ସୁନ୍ଦର ଦାଶ ମୃତ୍ୟୁ ମାମଲା କ୍ରମଶଃ ଜଟିଳ ହେବାରେ ଲାଗିଛି। ପଲିଗ୍ରାଫ୍‌ ଟେଷ୍ଟ ରିପୋର୍ଟ ପାଇ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆଗକୁ ବଢ଼ାଇଥିବା ବେଳେ ଆଜି ବିଦ୍ୟାଶ୍ରୀଙ୍କ ଓକିଲଙ୍କୁ ହତ୍ୟା ଧମକ ଆସିଛି। ଏ ନେଇ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି, ଆଦିତ୍ୟଙ୍କୁ ମାରି ଦିଆଗଲା,ଏକ ମାସ ଧରି ଜିଆରପି ତଦନ୍ତ କଲା, ମାସେ କାଳ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କଲା। ଏଥିରେ ଅସନ୍ତୋଷ ପରିବାରବର୍ଗ ତଦନ୍ତ ଠିକରେ ହେଉନି କହି ମୋ ପାଖରେ ପହଞ୍ଚିଲେ। ମୁଁ ହାଇକୋର୍ଟରେ ସିବିଆଇ ତଦନ୍ତ ପାଇଁ ଆଦେଶ ଦେବାକୁ ଆବେଦନ କଲି। ଦୀର୍ଘ ଦିନ ପରେ ଏକ ମୋବାଇଲ୍‌(୯୯୩୮୨୬୭୭୭୧)ରୁ ମାମଲାକୁ ନ ଉଠାଇଲେ ଗୁଳି କରି ମାରି ଦେବାର ଧମକ ଆସିଛି। ହେଲେ ଏନେଇ ସେ ଥାନାରେ ଅଭିଯୋଗ କରିନଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe