କମିସନରେଟ ପୁଲିସକୁ ମିଳିବ ଅତ୍ୟାଧୁନିକ କିଟ୍‌

Advertisment
କମିସନରେଟ ପୁଲିସକୁ ମିଳିବ ଅତ୍ୟାଧୁନିକ କିଟ୍‌

ଭୁବନେଶ୍ୱର: ତଦନ୍ତକୁ ଅଧିକ ମଜବୁତ ଓ ସଫଳ କରିବା ପାଇବା ପାଇଁ କମିସନରେଟ ପୁଲିସକୁ ଖୁବ୍‌ ଶୀଘ୍ର ଇନଭେଷ୍ଟିଗେସନ୍‌ କିଟ୍‌ ଯୋଗାଇ ଦିଆଯିବ। ଏହି କିଟ୍‌ ମାଧ୍ୟମରେ ପୁଲିସ ଅଫିସରମାନେ ଅପରାଧ ସ୍ଥାନକୁ ଯାଇ ତଥ୍ୟ ଓ ପ୍ରମାଣ ସଂଗ୍ରହ କରିବା ସହିତ ଘଟଣାସ୍ଥଳରୁ ଅଭିଯୋଗକାରୀ, ପ୍ରତ୍ୟେକ୍ଷଦର୍ଶୀ ଓ ସାକ୍ଷ୍ୟମାନଙ୍କ ବୟାନ ରେକର୍ଡ କରାଇବେ। କ୍ରାଇମ୍‌ବ୍ରାଞ୍ଚ ପରେ ପରେ କମିସନରେଟ୍‌ ପୁଲିସକୁ ଏହି କିଟ୍‌ ମିଳୁଛି। ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କ ସୂଚନା ମୁତାବକ, କମିସନରେଟ ପୁଲିସ ପକ୍ଷରୁ ୪୩ଟି କିଟ୍‌ ଭୁବନେଶ୍ୱର ଓ କଟକ ପୁଲିସକୁ ଯୋଗାଇ ଦିଆଯିବ। ଏବେ ଏହି କିଟ୍‌କୁ ପ୍ରଥମେ ଜୋନାଲ ଏସିପି, ସମସ୍ତ ଥାନା, କମିସନରେଟ୍‌ ପୁଲିସର ମାନବଚାଲାଣ ୟୁନିଟ ଓ ମହିଳା ଅପରାଧ ନିରୋଧୀ ସେଲ୍‌କୁ ଯୋଗାଇ ଦିଆଯିବ। ପରେ ପରେ ଏହି କିଟ୍‌କୁ ପ୍ରତ୍ୟେକ ଥାନାର ତଦନ୍ତକାରୀ ଅଫିସରମାନଙ୍କୁ ଦିଆଯିବ। ଏହି କିଟ୍‌ରେ ଲାପଟପ୍‌, କି-ବୋର୍ଡ, ହେଡ୍‌ଫୋନ୍‌, ଡଙ୍ଗଲ, ପେନ୍‌ ଡ୍ରାଇଭ, ନୋଟବୁକ୍‌, ଟର୍ଚ, କଇଁଚି, ଛୁରି, ସ୍ମାର୍ଟଫୋନ୍‌, ହାତୁଡି, ଲେନସ୍‌, ଟର୍ଚ, ଫିତା, ଗଜ କପଡ଼ା, କାଚ ବୋତଲ, ସେଲଟେପ୍‌, ମାର୍କର ପେନ୍‌, ବ୍ଲେଡ୍‌, ସୂତା, କାଲକୁଲେଟର, ଟ୍ୟାଗ୍‌ ଆଦି ରହିବ। ଏହି କିଟ୍‌ର ଦାମ୍‌ ୯୧ ହଜାର ଟଙ୍କା ବୋଲି ପୁଲିସ କମିସନର ଖୁରାନିଆ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe