ବିକୃତ ହେଉଛି ସଂଗ୍ରହାଳୟ ପାଚେରି

ବିକୃତ ହେଉଛି ସଂଗ୍ରହାଳୟ ପାଚେରି

????????????????????????????????????

ଭୁବନେଶ୍ୱର: ସହରର ସୌନ୍ଦର୍ଯ୍ୟକରଣ ପାଇଁ ଦିନେ କାନ୍ଥବାଡ଼କୁ ଗୁରୁତ୍ୱ ଦିଆଯାଇଥିଲା। କେହି ଯେପରି କାନ୍ଥକୁ ବିକୃତ କରିବେନି, ସେଥିପାଇଁ ଦେବଦେବୀ ଏବଂ ଐତିହର ଛବି ଅଙ୍କା ଯାଉଥିଲା। ସାରା ସହରର କାନ୍ଥ ଯେମିତି କଥା କହୁଥିଲା। କିନ୍ତୁ ଏବେ ସହରର କାନ୍ଥ ତ ଦୂରର କଥା ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବା ରାଜ୍ୟ ସଂଗ୍ରହାଳୟ, ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ କେନ୍ଦ୍ର, ପ୍ଲାନେଟୋରିୟମ କାନ୍ଥ ବି ବିକୃତ ହୋଇଗଲାଣି। ପୁଳାପୁଳା ବିଜ୍ଞାପନ ଶୋଭା ନଷ୍ଟ କରୁଛି। ଅଥଚ ଏଥିପ୍ରତି କାହାର ନିଘା ନାହିଁ। ରାଜଧାନୀର ଅନ୍ୟତମ ପରିଚୟ ହେଉଛି ରାଜ୍ୟ ସଂଗ୍ରହାଳୟ। କିନ୍ତୁ ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ସଂଗ୍ରହାଳୟରେ ପ୍ରବେଶ ପୂର୍ବରୁ ବିକୃତ କାନ୍ଥ ଅଶୋଭନୀୟ ଉପଲବ୍ଧି ଆଣେ। ଖାଲି ସେତିକି ନୁହେଁ ପାଚେରିକୁ ଲାଗି କିଛି ଅସ୍ଥାୟୀ ଦୋକାନ ବଜାର ଗଢ଼ି ଉଠିଥିବାରୁ ଏହା ଆହୁରି ବିକୃତ କରେ। କେବଳ ଭୁବନେଶ୍ୱର କି ଓଡ଼ିଶାର ବାସିନ୍ଦା ଏଠାକୁ ଆସନ୍ତି ନାହିଁ, ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଏଠାକୁ ଆସନ୍ତି। ସେଥିପାଇଁ ଏହି ଜାଗାଗୁଡ଼ିକର ସୌନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା କରାଯାଇଛି। ଏପରିକି ସୌନ୍ଦର୍ଯ୍ୟକରଣ ପାଇଁ ମହାନଗର ନିଗମ ମଧ୍ୟ ଗୁରୁତ୍ୱ ଦେଇ ଆସୁଛି। କିନ୍ତୁ ଏହି ନିର୍ଦିଷ୍ଟ ଘଟଣା ପ୍ରତି କାହାର ନିଘା ନଥିବା ଭଳି ମନେ ହେଉଛି। ସେହିଭଳି ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ ପାଚେରିରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି। କେଉଁଠାରେ ପୋଷ୍ଟର ମରାଯାଇଛି ତ କେଉଁଠାରେ ରଙ୍ଗରେ ଲେଖାଯାଇ କାନ୍ଥକୁ ବିକୃତ କରାଯାଉଛି। ଏନେଇ ପର୍ଯ୍ୟଟକ ସନ୍ଦୀପ ଚାନ୍ଦ କହନ୍ତି ଯେ ସଂଗ୍ରହାଳୟର ବାହ୍ୟ ପରିସର ବି ଭିତରର ପରିବେଶ ଭଳି ଅନେକ ଗୁରୁତ୍ୱ ରଖେ। ତେଣୁ ଏଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe