ବିଜ୍ଞାପନ ଲାଇସେନ୍ସ ଫି’ ବଢ଼ିଲା, ଅଧିକ ରାଜସ୍ବ ଆଦାୟ ପାଇଁ ବିଏମ୍‌ସି ଟିକସ ବଢ଼ାଇଲା

Advertisment

୫ ବର୍ଷ ପରେ ସଂଶୋଧନ ହେଲା ଲାଇସେନ୍ସ ଫି’

୫ ବର୍ଷ ପରେ ସଂଶୋଧନ ହେଲା ଲାଇସେନ୍ସ ଫି’

ରସୁଲଗଡ଼ ଗୁଞ୍ଜନ ଆପାର୍ଟମେଣ୍ଟ ବ୍ଲକ-ବିକୁ ଅବରୋଧ ଅଂଚଳ ଘୋଷଣା କଲା ବିଏମସି

Telegraph India

ଭୁବନେଶ୍ୱର : କରୋନା ଯୋଗୁଁ ବିଏମ୍‌ସିର ରାଜସ୍ବ ଆଦାୟ ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ମାତ୍ର ୨୨କୋଟି ରାଜସ୍ବ ଆଦାୟ ହୋଇଛି। ତେଣୁ କିପରି ୧୫୦କୋଟିରୁ ଅଧିକ ରାଜସ୍ବ ଆଦାୟ ହେବ ସେନେଇ ବିଏମ୍‌ସି ପକ୍ଷରୁ ଯୋଜନା ପ୍ରସ୍ତୁତି ହୋଇଛି। ପୂର୍ବରୁ ଏ ବାବଦକୁ ପ୍ରାୟ ୩କୋଟି ଟଙ୍କା ରାଜସ୍ବ ଆଦାୟ ହେଉଥିବାବେଳେ ବିଏମ୍‌ସି କର୍ତ୍ତୃପକ୍ଷ ଚଳିତବର୍ଷ ଏଥିରୁ ପ୍ରାୟ ୫ରୁ ୬କୋଟି ରାଜସ୍ବ ଆଦାୟ କରିବାକୁ ଯୋଜନା କରିଛନ୍ତି। ବିଭିନ୍ନ ପ୍ରକାରର ବିଜ୍ଞାପନ ବାବଦକୁ ବିଏମ୍‌ସି ଲାଇସେନ୍ସ ଫି’ ଆଦାୟ କରୁଥିବାବେଳେ ୫ବର୍ଷ ପରେ ଏହାକୁ ଏଥର ବଢ଼ାଯାଇଛି।

publive-image Telegraph India

ଏଥିରେ ବିଜ୍ଞାପନ ହୋର୍ଡିଂ, ୱାଲ୍‌ ପେଣ୍ଟିଂ, କିଓସ୍କ, ଗାଡ଼ିରେ ବିଜ୍ଞାପନ, ବସ୍‌ରେ ବିଜ୍ଞାପନ, ଦୋକାନରେ ଲଗାଉଥିବା ସାଇନ୍‌ ବୋର୍ଡ, ବେଲୁନ୍‌ରେ ବିଜ୍ଞାପନ, ଜନଗହଳି ସ୍ଥାନରେ ଭିଡିଓ ବିଜ୍ଞାପନ, ସିନେମା ହଲ୍‌ରେ ପ୍ରଦର୍ଶିତ ହେଉଥିବା ବିଜ୍ଞାପନ, ଝୁଲା ବ୍ୟାନର୍‌, ବିଭିନ୍ନ ପ୍ରକାରର ତୋରଣ, ପ୍ରଦର୍ଶନୀ, ଅପେରା, ଯାତ୍ରା, ଏଲ୍‌ଇଡି ବିଜ୍ଞାପନ ଆଦି ବାବଦକୁ ଲାଇସେନ୍ସ ଫି’ ଆଦାୟ ହେବ। ଦିନ ପିଛାରୁ ଆରମ୍ଭ କରି ମାସିକିଆ, ବର୍ଷିକିଆ ପର୍ଯ୍ୟନ୍ତ ଲାଇସେନ୍ସ ଫି’ ଧାର୍ଯ୍ୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe