କୋର୍ଟ ପରିସରରେ ଆଇନଜୀବୀଙ୍କ ଧାରଣା: ବାହାରେ ଠିଆ ହେଲେ ବିଚାରପତି

ଭୁବନେଶ୍ବରକୁ ସ୍ବତନ୍ତ୍ର ଜିଲ୍ଲା ଓ ହାଇକୋର୍ଟ ସ୍ଥାନାନ୍ତର ଦାବି, ପୁଲିସ୍‌-ଓକିଲଙ୍କ ମଧ୍ୟରେ ବଚସାରୁ ଉତ୍ତେଜନା

କୋର୍ଟ ପରିସରରେ ଆଇନଜୀବୀଙ୍କ ଧାରଣା: ବାହାରେ ଠିଆ ହେଲେ ବିଚାରପତି

ଭୁବନେଶ୍ବର: ଭୁବନେଶ୍ବରକୁ ହାଇକୋର୍ଟ ସ୍ଥାନାନ୍ତର ଓ ଭୁବନେଶ୍ବରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ଭୁବନେଶ୍ବର ଓକିଲ ସଂଘ ପକ୍ଷରୁ ଜିଲ୍ଲା ଜଜ୍‌ଙ୍କ କୋର୍ଟ ପ୍ରାଙ୍ଗଣରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା। ଆଇନଜୀବୀମାନେ କୋର୍ଟ ଫାଟକରେ ତାଲା ପକାଇ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବାରୁ ବିଚାରପତିମାନେ ଭିତରେ ପ୍ରବେଶ କରିପାରିନଥିଲେ। ତେଣୁ ଆଇନଜୀବୀ ଓ ପୁଲିସ୍‌ ମଧ୍ୟରେ ବଚସା ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଆଇନଜୀବୀମାନେ ଅଭିଯୋଗ କରିଥିଲେ ଯେ ଆଜି ରାଜଧାନୀ ହୋଇ ମଧ୍ୟ ଭୁବନେଶ୍ବର ସବ୍‌-ଡିଭିଜନ୍ ହୋଇରହିଛି।

ଲୋକସଂଖ୍ୟାକୁ ଦୃଷ୍ଟିରୁ ସରକାର ତୁରନ୍ତ ଭୁବନେଶ୍ବରକୁ ସ୍ବତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରିବା ଆବଶ୍ୟକ। ଏତଦ୍‌ ବ୍ୟତୀତ ଭୁବନେଶ୍ବରରେ ହାଇକୋର୍ଟ ତୁରନ୍ତ ପ୍ରତିଷ୍ଠା କରିବାକୁ ଆଇନଜୀବୀମାନେ ଦାବିକରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଚନ୍ଦ୍ରଶେଖପୁର ଅଞ୍ଚଳରେ ହାଇକୋର୍ଟ ପ୍ରତିଷ୍ଠା ପାଇଁ ଯୋଜନା କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହା ଉପରେ କେହି ଧ୍ୟାନ ଦେଇନାହାନ୍ତି। ଆଜିର ଧାରଣାରେ ପରିଚାଳନା କମିଟିର ମୁଖ୍ୟ ଶିବାନନ୍ଦ ରାୟ, ପୂର୍ବତନ ସଭାପତି ଜାହିଦୂର ରହମନ, ମଧୁମାଧବ ଜେନା, ଆତ୍ମପ୍ରକାଶ ମହାନ୍ତି, ଜ୍ଞାନରଂଜନ ମହାନ୍ତି, ଅଶୋକ କୁମାର ପାତ୍ର, ବନ ବିହାରୀ ମହାନ୍ତି, ନିର୍ମଳ କିଶୋର ରଥ, ଚିତ୍ତରଂଜନ ଦାସ, ସୀତାଂଶୁ ମୋହନ ଦ୍ବିବେଦୀ, ଏସ୍‌.କେ ସୁବୁଦ୍ଧି, ସୁରେଶ ବାରିକ ପ୍ରମୁଖ ନେତୃତ୍ବ ନେଇଥିଲେ। ଭୁବନେଶ୍ବର ଓକିଲ ସଂଘ ସମ୍ପାଦକ ରାଜକିଶୋର ଦାସ ଓ ସହ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା ସମର୍ଥନ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe