ବିମାନବନ୍ଦରରୁ ଗିରଫ ହେଲା ଆଫଗାନିସ୍ତାନୀ: ନକଲି ପାସ୍‌ପୋର୍ଟ ବଳରେ ବେପାର କରୁଥିଲା

Advertisment

ଗତକାଲି ରାତିରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଧରାପଡ଼ିଥିବା ଜଣେ ଆଫଗାନ ନାଗରିକ(କାବୁଲିବାଲା)କୁ ଆଜି ଏୟାର୍‌ପୋର୍ଟ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ମହମ୍ମଦ ୟୁସୁଫ୍ ଓରଫ ୟା‌ହା ଖାନ୍(୫୪)।

ଗତକାଲି ରାତିରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଧରାପଡ଼ିଥିବା ଜଣେ ଆଫଗାନ ନାଗରିକ(କାବୁଲିବାଲା)କୁ ଆଜି ଏୟାର୍‌ପୋର୍ଟ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ମହମ୍ମଦ ୟୁସୁଫ୍ ଓରଫ ୟା‌ହା ଖାନ୍(୫୪)।

agdagdazvvc

ଭୁବନେଶ୍ବର: ଗତକାଲି ରାତିରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଧରାପଡ଼ିଥିବା ଜଣେ ଆଫଗାନ ନାଗରିକ(କାବୁଲିବାଲା)କୁ ଆଜି ଏୟାର୍‌ପୋର୍ଟ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ମହମ୍ମଦ ୟୁସୁଫ୍ ଓରଫ ୟା‌ହା ଖାନ୍(୫୪)। ନକଲି ପାସ୍‌ପୋର୍ଟ ବଳରେ ୨୦୧୮ ମସିହାରୁ କଟକରେ ରହୁଥିବା ଅଭିଯୋଗରେ ତାକୁ କୋର୍ଟ ଚାଲାଣ କରାଯାଇଛି। ଏୟା‌ର‌୍‌‌ପୋର୍ଟର ଇମିଗ୍ରେସନ୍ ଡିଏସ୍‌ପି ସମାପିକା ପଟ୍ଟନାୟକଙ୍କ ଅଭିଯୋଗ ଅନୁସାରେ ଗତକାଲି ରାତିରେ ମହମ୍ମଦ ୟୁସୁଫ୍ ଦୁବାଇରୁ ଫ୍ଲାଇଟ୍ ନମ୍ବର ୬ଇ-୧୪୮୮ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କ ପାସ୍‌‌ପୋର୍ଟ (ନମ୍ବର ୟୁ୧୩୮୦୨୫୧) ଯାଞ୍ଚ ବେଳେ ତାଙ୍କ ନାଁ ୟାହା ଖାନ୍‌, ପିତା- ମୋତି ଖାନ୍‌, ଘର- କଟକ କେଟିଏମ୍‌ ସାହି ବୋଲି ଉଲ୍ଲେଖ ଥିଲା। ଇମିଗ୍ରେସନ୍‌ କ୍ଲିୟରାନ୍ସ ସମୟରେ ସନ୍ଦେହ ହେବାରୁ ଅଧିକାରୀମାନେ ବିସ୍ତୃତ ଭାବେ ଯାଞ୍ଚ କରିଥିଲେ।

ଖୋଳତାଡ଼ରୁ ଜଣାପଡ଼ିଥିଲା ଯେ କୋଲକାତା ବିମାନବନ୍ଦରରେ ତା’ର ପ୍ରକୃତ ନାଁରେ ଲୁକ୍‌ ଆଉଟ୍‌ ସର୍କୁଲାର୍‌ ଜାରି ହୋଇଥିଲା। ଲୁକ୍‌ଆଉଟ୍‌ ସର୍କୁଲାର୍‌ ଅନୁସାରେ ତା’ ନାଁ ଥିଲା ମହମ୍ମଦ ୟୁସୁଫ୍‌ ଓ ସେ ଥିଲା ଆଫାଗାନସ୍ତାନର ମୂଳ ବାସିନ୍ଦା। ତା’ର ମୂଳ ପାସପୋର୍ଟ (ନମ୍ବର ୦୨୪୫୭୬୫୫) ଅନୁସାରେ ଏହି ଲୁକ୍‌ଆଉଟ୍‌ ସର୍କୁଲାର୍‌ ଜାରି କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଅସଲ ପାସ୍‌‌ପୋର୍ଟ ବଳରେ ସେ ଭାରତ ଆସି କଟକରେ ରହିବା ପରେ ଜାଲିଆତି କରି ଭାରତୀୟ ନାଗରିକ ହିସାବରେ ସମସ୍ତ ରେକର୍ଡପତ୍ର ହାତେଇଥିଲା। କଟକ ଠିକଣାରେ ସେ ଆଧାରକାର୍ଡ, ପାନ୍‌ କା‌ର୍ଡ, ଭୋଟର ଆଇଡି, ଡ୍ରାଇଭିଂ ଲାଇସେନ୍ସ ଓ ପାସପୋର୍ଟ ଆଦି ହାତେଇଥିଲା। ଭାରତ ଆସିବା ପରେ ସେ ଗାଏବ ହୋଇଯିବାରୁ ତା’ ନାଁରେ ଲୁକ୍‌ଆଉଟ୍‌ ସର୍କୁଲାର୍‌ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe