ପୁରୁଣା ଭୁବନେଶ୍ୱର: ବଢ଼େଇବାଙ୍କ ହରଚଣ୍ଡୀସାହିଠାରେ ଥିବା ସର୍ବପୁରାତନ ଡାକଘର ୭ଦିନ ପାରେ ପୁଣି ଖୋଲିଛି। ଏହା ଯାଁଳାକୁ ସ୍ଥାନାନ୍ତର ହେବାର ଥିଲା। ମାତ୍ର ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ଯୋଗୁ ଏହା ପୁଣି ପୂର୍ବ ପରି କାର୍ଯ୍ୟ କରିଛି। କିଛି ଦିନ ତଳେ ଡାକ ଘର କର୍ମଚାରୀମାନେ ଏହି ଡାକଘରେ ଥିବା ସମସ୍ତ ସମଗ୍ରୀ ବାହାର କରିବା ପୂର୍ବରୁ ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ଡାକଘରକୁ ତାଲା ପକାଇ ଦେଇଥିଲେ। ସ୍ଥାନୀୟ ଯୁବ ନେତା ଶିବ ବେହେରାଙ୍କ ନେତୃତ୍ଵରେ ଲୋକେ ଡାକଘର ଧାରଣାରେ ବସିଥିଲେ। ଖବର ପାଇ ସ୍ଥାନୀୟ ବିଜେପି ନେତା ଅମିୟ ଦାଶ ପହଞ୍ଚି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅବଗତ କରାଇଥିଲେ। ମନ୍ତ୍ରୀ ଶ୍ରୀ ପ୍ରଧାନ ଏନେଇ ଭୁବନେଶ୍ୱର ପିଏମ୍ଜିଙ୍କ ସହ ଆଲୋଚନା କରିଥିଲେ। ତେବେ ଏହା ଅନ୍ୟ ସ୍ଥାନକୁ ଉଠିବା ନିର୍ଦେଶ ରଦ୍ଦ କରାଯିବା ସହ ଆଜିଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି।
୭ଦିନ ପରେ ଖୋଲିଲା ବଢ଼େଇବାଙ୍କ ହରଚଣ୍ଡୀ ସାହି ପୋଷ୍ଟ ଅଫିସ
Advertisment
Follow Us