ମାସକରେ ଦୁଇଥର ଉପୁଡ଼ିଲା ୩୩ କେଭି ଖୁଣ୍ଟ

Advertisment
ମାସକରେ ଦୁଇଥର ଉପୁଡ଼ିଲା ୩୩ କେଭି ଖୁଣ୍ଟ

ବାଲିପାଟଣା: ଫନି ବାତ୍ୟା ପରେ ବିଦ୍ୟୁତ୍‌ ସଂଯୋଗ ପାଇଁ ପୋତା ଯାଇଥିବା ୩୩ କେଭି ଖୁଣ୍ଟ ଦୁଇ ଦୁଇଥର ଉପୁଡ଼ି ପଡ଼ିଛି। ଫଳରେ ବାଲିପାଟଣା ଅଞ୍ଚଳର ଅନେକ ଗ୍ରାମ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହୁଛି। ଗତକାଲିଠାରୁ ଆଜି ମଧ୍ୟରେ ସମଗ୍ର ଅଞ୍ଚଳ ପ୍ରାୟ ୧୬ ଘଣ୍ଟା ଅନ୍ଧାରରେ ଥିଲା। ସାମାନ୍ୟ ପବନରେ ଖୁଣ୍ଟ ଉପୁଡ଼ି ପଡୁଥିବାରୁ ବିଦ୍ୟୁତ୍‌ ବିଭାଗର ନିମ୍ନମାନର କାମ ନେଇ ଅଭିଯୋଗ ହେଉଛି।

ଗତକାଲି ରାତିରେ ହୋଇଥିବା ବର୍ଷା ଓ ପବନରେ ବାଳକାଟିରୁ ବାଲିପାଟଣା ମଧ୍ୟରେ ଥିବା ୩/୪ଟି ଓ ବାଳକାଟିରୁ ଭୁବନେଶ୍ବର ମଧ୍ୟରେ ଥିବା ୩/୪ଟି ୩୩ କେଭି ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଛି। ଗତ ୫ ତାରିଖରେ ହୋଇଥିବା କାଳବୈଶାଖୀରେ ୧୭ଟି ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଥିଲା। ମାସକ ମଧ୍ୟରେ ଦୁଇଥର ଖୁଣ୍ଟ ଉପୁଡ଼ିବା ‌ଯୋଗୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଚାଷ କରିବା ପାଇଁ ଯିବା ବେଳେ ବିଲରେ କେଉଁଠି ଖୁଣ୍ଟ ଉପୁଡ଼ି ପଡ଼ିଛି ତ କେଉଁଠି ତାର ଝୁଲି ରହିଛି। ଫନି ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପାଇଁ ସରକାରୀ ଅଧିକାରୀମାନେ ଆସୁଥିବା ବେଳେ ବିଦ୍ୟୁତ୍‌ ବିଭାଗର ନିମ୍ନମାନର କାମ ପ୍ରତି କାହାର ନଜର ପଡ଼ୁନାହିଁ। ଅନ୍ୟପକ୍ଷରେ ଗତ ଦୁଇ ସପ୍ତାହ ହେଲା ବିଭାଗୀୟ ଯନ୍ତ୍ରୀ ମୋବାଇଲ ବନ୍ଦ ରଖି ଅଫିସ ଆସୁନାହାନ୍ତି। ରାତି ୯ଟା ପରେ ଲାଇନ୍‌ କଟିଲେ ମରାମତି ପାଇଁ କର୍ମଚାରୀ ରହୁନାହାନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe