ସରିଲା ଭୁବନେଶ୍ବର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା, ୩ଲକ୍ଷରୁ ଅଧିକ ଗ୍ରାହକ ବୁଲିଲେ

Advertisment
ସରିଲା ଭୁବନେଶ୍ବର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା, ୩ଲକ୍ଷରୁ ଅଧିକ ଗ୍ରାହକ ବୁଲିଲେ

ଭୁବନେଶ୍ବର: ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ୍ ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ଜନତା ମଇଦାନଠାରେ ଆୟୋଜିତ ଭୁବନେଶ୍ବର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦ୍‌ଯାପିତ ହୋଇଯାଇଛି। ଗତ ୨୦ ତାରିଖରୁ ଚାଲିଥିବା ଏହି ମେଳାରେ ଏମ୍‌ଏସ୍‌ଏମ୍‌ଇ, ଆଭାନା, ଡିସି (ହସ୍ତଶିଳ୍ପ) ଏବଂ ଭୁବନେଶ୍ବର କ୍ଲବ ଅଫ୍ ଏଣ୍ଟରପ୍ରାଇଜେସ୍ (ବିସିଇ) ପ୍ରମୁଖ ସହଯୋଗ କରିଥିଲେ। ମେଳାରେ ୨୦ଟି ରାଜ୍ୟ ସହ ୭ଟି ଦେଶର ସମଗ୍ରୀ ପ୍ରଦର୍ଶନ ସହ ବିକ୍ରି କରାଯାଇଥିଲା। ଏଥିରେ ଫର୍ଣ୍ଣିଚର୍‌, ଇଣ୍ଟେରିୟର୍‌, ହୋମ ଡେକୋର, ଇଲୋକ୍ଟ୍ରୋନିକ୍ସ, ରୋଷେଇ ସାମଗ୍ରୀ, ଫ୍ୟାସନ ଜୁଏଲାରି, ଆଟୋମୋବାଇଲ୍, ସ୍ବାସ୍ଥ୍ୟ ସାମଗ୍ରୀ, ପାକିସ୍ତାନ ଓ ରାଜସ୍ଥାନୀ ମାର୍ବଲ, ଆଫଗାନିସ୍ତାନ ଡ୍ରାଏ ଫ୍ରୁଟ୍‌, ଥାଇଲାଣ୍ଡର ଫୁଲ ଓ ପୋଷାକ, ବାଲାଂଦେଶ ପ୍ରଡକ୍ଟ୍ ସହିତ ଦେଶର ହସ୍ତତନ୍ତ ଶିଳ୍ପ ସାମଗ୍ରୀ ବିକ୍ରି କରାଯାଇଥିଲା।

ଏହି ମେଳାରେ ଏସ୍‌ଏସ୍‌ କାଜଲ କ୍ରାଫ୍ଟ ପକ୍ଷରୁ ନିର୍ମିତ ସେଲ୍‌ଫି ଜୋନ୍ ପ୍ରମୁଖ ଆକଷର୍ଣ ବିନ୍ଦୁ ଥିଲା। ସେହିପରି ଫୁଡ୍ ଜୋନ୍, ମମ୍‌ସ ଆଣ୍ଡ କିଡ୍‌ସ୍ ରୢାମ୍ପ ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ୧୧ଦିନିଆ ମେଳାରେ ୩ଲକ୍ଷରୁ ଅଧିକ ଗ୍ରାହକ ବୁଲିବାକୁ ଆସିଥିଲେ। ବିଭିନ୍ନ ପ୍ରକାର ଜିନିଷ ବିକ୍ରି ହେଉଥିବାରୁ ଗ୍ରାହକଙ୍କ ଚାହିଦା ଅଧିକ ରହିଥିଲା। ସୁଜିତ ଗୁପ୍ତା ଓ ପାୟଲ ଆଚାର୍ଯ୍ୟ ଗୁପ୍ତାଙ୍କ ନେତୃତ୍ବରେ ମେଳା ପରିଚାଳିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe